ଓଡିଶା

କାଉରିଆଙ୍କ ପାଇଁ ଖୁସି ଖବର, ଆଜି ଖୋଲିବ ଧବଳେଶ୍ୱର ସ୍ଥାୟୀ ପୋଲ

(କଟକ) : ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ କାଉରିଆଙ୍କ ପାଇଁ ଖୁସି ଖବର ଆସିଛି  । ତେବେ ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱରକୁ ଆଜି ଖୋଲିବ ସ୍ଥାୟୀ ପୋଲ । ସୁବିଧାରେ ଯାତାୟତ କରିପାରିବେ ଶ୍ରଦ୍ଧାଳୁ । ଏନେଇ ପ୍ରଶାସନ ଅନୁମତି ଦେଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଧବଳେଶ୍ୱରକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଝୁଲାପୋଲ ଦୁର୍ବଳ ହୋଇଯିବାରୁ ଏଥିରେ ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ପ୍ରଶାସନ କଟକଣା ଲଗାଇଛି । ଏହା ପରେ ଧବଳେଶ୍ୱର ଯିବା ପାଇଁ ମହାନଦୀରେ ନିର୍ମାଣ ହୋଇଥିଲା ଅସ୍ଥାୟୀ ରାସ୍ତା । କିନ୍ତୁ ନଦୀରେ ପାଣି ବଢିବା ପରେ ରାସ୍ତା ଧୋଇଯିବାରୁ ଶ୍ରଦ୍ଧାଳୁ ମାନେ ଧବଳେଶ୍ୱର ଦର୍ଶନରୁ ବଞ୍ଚିତ ହେଉଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ନିର୍ମାଣ କରାଯାଇଛି । ଏହା ପରେ ବର୍ତ୍ତମାନ ଶ୍ରଦ୍ଧାଳୁ କଂକ୍ରିଟ୍ ପୋଲ ଦେଇ ଧବଳେଶ୍ୱରକୁ ଯାଇପାରିବେ ।

Related posts

ଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ପ୍ରାଣ ହରାଇଲେ ଆଉ ଜଣେ ଆକ୍ରାନ୍ତ, ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

mahabharatanews

ରାସ୍ତାକଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

mahabharatanews