ମନୋରଞ୍ଜନ

ଅସ୍ତ୍ରୋପଚାର ପରେ ଭାରତ ଫେରିଲେ କିଙ୍ଗ ଖାନ 

(ମୁମ୍ବାଇ):  ଭାରତରେ ପହଞ୍ଚିଲେ କିଙ୍ଗ ଖାନ । ଆମେରିକାର ଲସ୍ ଏଞ୍ଜେଲ୍‌ସରେ ସୁଟିଂ ବେଳେ ଦୁର୍ଘଟଣାର ଶିକାର ହେବା ପରେ ବଲିଉଡ଼ ଅଭିନେତା ଶାହରୁଖ ଖାନ୍‌ଙ୍କର ଅସ୍ତ୍ରୋପଚାର ହୋଇଥିଲା। ତା’ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ସୂଚନାନୁଯାୟୀ , ଲସ୍‌ ଏଞ୍ଜେଲ୍‌ସରେ ସୁଟିଂ ବେଳେ ଶାହରୁଖ ଖାନ୍‌ଙ୍କ ନାକରେ ଆଘାତ ଲାଗିଥିଲା। ନାକରୁ ପ୍ରବଳ ରକ୍ତ ବୋହିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ନାକରେ ଏକ ଛୋଟିଆ ଅସ୍ତ୍ରୋପଚାର କରାଯାଇଥିଲା। ଏବେ ନାକରେ ତାଙ୍କର ଏକ ବ୍ୟାଣ୍ଡେଜ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି। ଏଥି ସହ ଚଳିତ ବର୍ଷ ରିଲିଜ ହେବାକୁ ଯାଉଥିବା ତାପସୀ ପାନ୍ନୁଙ୍କ ସହ-ଅଭିନୀତ ରାଜକୁମାର ହିରାନିଙ୍କ ‘ଡୁନକୀ’ରେ ବି ଶାହରୁଖଙ୍କୁ ଦେଖିବାକୁ ମିଳିବ।

Related posts

ଲଣ୍ଡନରେ ଛୁଟି କାଟୁଛନ୍ତି ବିରୁସ୍କା

mahabharatanews

ସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍,ବଢିଲା ସୁରକ୍ଷା ବ୍ୟବସ୍ଥା

mahabharatanews

୧୫ରେ ମୁକ୍ତିଲାଭ କରିବ  ଚଳଚ୍ଚିତ୍ର ‘ଅପୂର୍ବା’

mahabharatanews