ମନୋରଞ୍ଜନ

ରିଲିଜ ହେଲା ଶେହନାଜ ଗିଲଙ୍କ ଗୀତ ‘ୟାର କା ସତାୟା ହୁଆ’

 (ମୁମ୍ବାଇ) : ନିକଟରେ ରିଲିଜ ହୋଇଛି ଶେହନାଜ ଗିଲ ଓ ନୱାଜୁଦ୍ଦିନ ସିଦ୍ଧିକିଙ୍କ ଲେଟେଷ୍ଟ ଗୀତ ‘ୟାର କା ସତାୟା ହୁଆ’ । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଏହି ଗୀତ ରିଲିଜ ହେବାପରେ ଶେହନାଜ ଭାପାଇବା ଉପରେ ନିଜର ପ୍ରତିକ୍ରିୟା  ରଖିଛନ୍ତି।

‌ଶେହନାଜ ଏକ ସାକ୍ଷାତକାରରେ କହିଛନ୍ତି, ‘ମୋତେ ପ୍ରେମରେ ଅନେକଥର ପ୍ରତାରଣା ମିଳିଛି। ତେଣୁ ଭଲପାଇବା ଉପରେ ମୋର ବିଶ୍ବାସ ହଟିଯାଇଛି। କିନ୍ତୁ ଆଜିଯାଏଁ ମୁଁ କେବେ କାହାକୁ ପ୍ରତାରଣା ଦେଇନାହିଁ। ଯାହାକୁ ଭଲ ପାଇଛି ସମସ୍ତେ ମୋତେ ଛାଡ଼ି ଚାଲିଯାଇଛନ୍ତି। କିଛିବର୍ଷ ହେବ ମୁଁ ଶକ୍ତିଶାଳୀ ହୋଇଯାଇଛି। ଏବେ କୌଣସି ପ୍ରକାର କଷ୍ଟ ମୋତେ କିଛି ବି ଫରକ ପକାଉନାହିଁ। ଜୀବନରେ କିଏ ଆସୁଛି କି ଯାଉଛି ସେମାନଙ୍କ ସହିତ ମୋର କିଛି ବି ନେଣଦେଣ ନାହିଁ।

 

Related posts

ଫିଲ୍ମ ‘ଜୱାନ’ର ପ୍ରଥମ ସୋ’ଦେଖିବେ ସଲମାନ

mahabharatanews

ଚୁମ୍ବନକୁ ନେଇ ଚର୍ଚାରେ ସେଫାଲୀ ଓ ପରାଗ

mahabharatanews

ଫ୍ଲାଟରୁ  ମରାଠୀ ଅଭିନେତା-ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ଉଦ୍ଧାର

mahabharatanews