ଓଡିଶା

ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର 

(ଭୁବନେଶ୍ୱର) : ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି । ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟ କଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ କରିଛନ୍ତି । ଏବେ ସେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ।

ସୂଚନାନୁଯାୟୀ , ୨୦୦୪ ଡିସେମ୍ବର ୨୧ ଠାରୁ ବରିଷ୍ଠ ଆଇନଜୀବୀ ଭାବେ ଦେୱାନୀ ଓ ଫୌଜଦାରୀ ମାମଲା ଗୁଡ଼ିକର ପରିଚାଳଚା କରିଥିଲେ । ୨୦୧୧ ମସିହା ନଭେମ୍ବର ୧୫ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ୨୦୨୨ ଜୁନ୍‌ ୧୦ ତାରିଖରେ ଦାୟିତ୍ୱ ନେଇଥିଲେ ।

Related posts

ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ପାଇଁ ଶିବିର ଅନୁଷ୍ଠିତ

mahabharatanews

ପ୍ରଦର୍ଶନୀ ପଡ଼ିଆରେ ୭୭ତମ ସ୍ୱାଧୀନତା ଦିବସ

mahabharatanews

ଆଜି ୧୦ ପ୍ରସ୍ତାବ ଉପରେ କ୍ୟାବିନେଟ ମାରିପାରେ ମୋହର

mahabharatanews