ଓଡିଶା

ଏହି କାରଣରୁ ୪ ସୋମବାରରେ ହିଁ କାଉଡ଼ିଆ କରିପାରିବେ ଜଳଲାଗି   

(ଭୁବନେଶ୍ୱର) : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି। କିନ୍ତୁ ମହାଦେବଙ୍କଠାରେ ବୋଲବମ୍‌ ଭକ୍ତମାନେ ୮ ନୁହେଁ ୪ ସୋମବାରରେ ହିଁ ଜଳଲାଗି କରିବେ। ପ୍ରଥମ ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ଓ ଦ୍ବିତୀୟ ସୋମବାର ଜୁଲାଇ ୧୭ରେ କାଉଡ଼ିଆମାନେ ଜଳ ଲାଗି କରିବେ। ଏହାପରଠୁ ମଳ ମାସ ଆରମ୍ଭ ‌ହେଉଥିବାରୁ ଆଉ ଜଳାଭିଷେକ ବିଧି ନାହିଁ। ତେଣୁ ଦ୍ବିତୀୟ ଶ୍ରାବଣର ଶେଷ ଦୁଇ ସୋମବାର ଅଗଷ୍ଟ ୨୧ ଓ ୨୮ତାରିଖରେ ପୁଣି ଜଳାଭିଷେକ ହେବ।

ସୂଚନାନୁଯାୟୀ , ପୂର୍ବ ବର୍ଷଗୁଡ଼ିକରେ କରୋନା କଟକଣା ପାଇଁ କାଉଡ଼ିଆ ସଂଖ୍ୟା କମ ଥିଲା। ମାତ୍ର ଚଳିତ ବର୍ଷ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପାଣି ଲାଗି କରିବେ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଏସ୍‍ଆଇ ପକ୍ଷରୁ ମନ୍ଦିର ସିଂହଦ୍ବାରରୁ ଦୁଇ ପାର୍ଶ୍ବ ରାସ୍ତା କଡ଼ରେ ବ୍ୟାରିକେଡ୍‌ ବନ୍ଧା ଯିବାକୁ ଲୁହା ରଡ଼ ଆଣି ରଖାଯାଇଛି।

Related posts

ରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲା

mahabharatanews

ମହାବୀର ଜୟନ୍ତୀ ଅବସରରେ ଜୟପୁର ସହରରେ ବିଶାଳ ଶୋଭାଯାତ୍ରା

mahabharatanews

ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

mahabharatanews