ଓଡିଶା

ଆସନ୍ତାକାଲିଠୁ ବଢିବ ବର୍ଷା 

(ଭୁବନେଶ୍ୱର) :  ଜୁନ ମାସରେ ନିଅଣ୍ଟିଆ ବର୍ଷା ହେବାପରେ ଚଳିତ ମାସ ବର୍ଷାର ପରିମାଣ ସଠିକ ହେବ ବୋଲି ଆଶା ରଖିଛନ୍ତି ଚାଷୀମାନେ  । ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବ-ଦିଗରେ ମଣିପୁର ଯାଏ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେଉଛି। ୧୧ ତାରିଖ ଦିନ ବର୍ଷା ବଢ଼ିବ। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

 

ସୂଚନାନୁଯାୟୀ , ସୋମବାର ଦିନ ମଧ୍ୟ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଏବେ ବର୍ଷାର ପରିମାଣ କମ୍‌ ରହିଥିବା ବେଳେ ୧୨ ଓ ୧୩ ତାରିଖ ଆଡ଼କୁ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି।

Related posts

ବିଭିନ୍ନ ଦାବି ନେଇ ମିଳିତ ଅମଲା ମଞ୍ଚର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ

mahabharatanews

ରାଜ୍ୟରେ ଆଉ ୫୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ବଡଦାଣ୍ଡକୁ ସାନିଟାଇଜ କଲା ଅଗ୍ନିଶମ ବିଭାଗ

mahabharatanews