ଓଡିଶା

ବଢୁଛି ମାଓହିଂସା : ଭୁରୁଷିଖମା ଛକରେ ଲଗାଇଲେ ପୋଷ୍ଟର

(ରାୟଗଡା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓବାଦୀଙ୍କ ହିଂସା  । ଏହି କ୍ରମରେ  ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ। ୯ଦିନ ମଧ୍ୟରେ ଦ୍ବିତୀୟ ଥର ଉପସ୍ଥିତ ଜାହିର କରିବା ସହ ଭୁରୁଷିଖମା ଛକରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି।

ସେଥିରେ ଲେଖା ଅଛି , ମାଓ ବିରୋଧୀ ତଥା ଦଲାଲଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସିପିଆଇ ମାଓବାଦୀ ବାଶଧରା-ଘୁମୁସର-ନାଗାବଳୀ ଡିଭିଜିନାଲ କମିଟି ଏହି ପୋଷ୍ଟର ଲଗାଇଛି। ଶେରକାପାଡିରୁ ନିୟମଗିରିକୁ ସଂଯୋଗ ପାଇଁ ନିର୍ମାଣ ଚାଲିଥିବା ରାସ୍ତା କାମକୁ ତୁରନ୍ତ ବନ୍ଦ କରାଯାଉ। ଆଦିବାସୀଙ୍କ ଜଙ୍ଗଲ ଜମିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି ସରକାର। ତାହାକୁ ସମସ୍ତେ ବିରୋଧ କରନ୍ତୁ। ମେ ୧୫ତାରିଖରେ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିରୋଧ କରିଥିବା ବ୍ୟକ୍ତି ମଧ୍ୟ ସତର୍କ ରୁହନ୍ତୁ। ପୁଲିସ ଓ ପ୍ରଶାସନ ସପକ୍ଷରେ ପ୍ରଚାର କରି ଗରିବଙ୍କ ସମସ୍ୟା ଲୋକଲୋଚନକୁ ଆଣୁନଥିବା ସାମ୍ବାଦିକଙ୍କୁ ପୋଷ୍ଟରରେ ଉଲେଖ ରହିଛି  ।

Related posts

ବ୍ରାଉନ ସୁଗାର ଜବତ କଲା ସୋର ପୁଲିସ

mahabharatanews

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

mahabharatanews

କଟିକଟା ଠାରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

mahabharatanews