ଓଡିଶା

‘ହଣ୍ଟର ଗ୍ରିନ୍‌’ପୋଷାକ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

(ଭୁବନେଶ୍ୱର) : ବଦଳିବ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ । ଧଳା ଓ ଘନନୀଳ ବଦଳରେ ଏଣିକି ସେମାନେ ‘ହଣ୍ଟର ଗ୍ରିନ୍‌’ ରଙ୍ଗର ପୋଷାକ ପିନ୍ଧିବେ। ଛାତ୍ରଙ୍କ ପାଇଁ ଫୁଲ୍‌ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍‌ ପୋଷାକ ରହିଛି। ଡ୍ରେସ୍‌ରେ ଏକ ଲୋଗୋ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ରହିବ। ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ। ଛାତ୍ରଛାତ୍ରୀଙ୍କ ପାଇଁ କଳା ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ ହୋଇଛି।

ସୂଚନାନୁଯାୟୀ , ଶନିବାର ବିଭିନ୍ନ କ୍ଲବର କାର୍ଯ୍ୟକଳାପ ରହିଥିବାରୁ ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା-ମୋଜା ମିଳିବ। ପୂର୍ବରୁ କେବଳ ପ୍ରଥମରୁ ଅ‌ଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋ‌ଷାକ ଓ ଜୋତା-ମୋଜା ପାଉଥିବା ବେଳେ ଏବେ ହାଇସ୍କୁଲ ପିଲାମାନଙ୍କ ପାଇଁ ନୂତନ ଯୋଜନା କାର୍ଯ୍ୟକରୀ କରିବା ଦିଗରେ ରାଜ୍ୟ ସରକାର ଏବର୍ଷଠାରୁ ପଦକ୍ଷେପ ଗ୍ରହଣ କରିଛନ୍ତି।

Related posts

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

mahabharatanews

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏନଡିଆରଏଫର ସଚେତନତା କାର୍ଯ୍ୟକ୍ରମ

mahabharatanews

ରାଜ୍ୟରେ ସ୍ୱାଭାବିକ ହୋଇଛି ମୋ ବସ ସେବା

mahabharatanews