ଓଡିଶା

୧୫ ଯାଏ ବର୍ଷା ସମ୍ଭାବନା

 (ଭୁବନେଶ୍ୱର) : ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟରେ ଏବେ ୧୫ ତାରିଖ ଯାଏ ବର୍ଷା ଲାଗି ରହିବାର ସମ୍ଭାବନା ରହିଥିବା ବେଳେ ଜୁଲାଇ ତୃତୀୟ ଓ ଚତୁର୍ଥ ସପ୍ତାହରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ।

ସୂଚନାନୁଯାୟୀ , ୧୩ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଧା ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୪ ତାରିଖ ଦିନ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୫ ତାରିଖ ଦିନ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଓ ଗଜପତି ଜିଲ୍ଲା‌ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Related posts

ସଂଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

mahabharatanews

ଭିଜିଲାନ୍ସ ସରକାରର ହାତ ବାରିସି

mahabharatanews

ଭୁବନେଶ୍ୱରରେ ହତ୍ୟା କରି ଘଟଗାଁ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ ପୁରୁଷ ବନ୍ଧୁ

mahabharatanews