ମନୋରଞ୍ଜନ

୧୦୦କୋଟି କ୍ଲବରେ ସାମିଲ ହେଲା ‘ସତ୍ୟପ୍ରେମ କି କଥା’

(ମୁମ୍ବାଇ) :  ବଲିଉଡ ଅଭିନେତା କାର୍ତ୍ତିକ ଆରୟନ୍ ଏବଂ କିଆରା ଆଡଭାନୀଙ୍କ ଯୋଡ଼ିଙ୍କ ବେଶ ପସନ୍ଦ କରିଛନ୍ତି ଦର୍ଶକ । ଜୁନ୍ ୨୯ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଦୁଇ ସପ୍ତାହ ଧରି ବକ୍ସ ଅଫିସରେ ଭଲ ଆୟ କରିଆସୁଛି ଏବଂ ବର୍ତ୍ତମାନ ଫିଲ୍ମଟି ୧୦୦କୋଟି କ୍ଲବରେ ପ୍ରବେଶ କରିଛି।

ସୂଚନାନୁଯାୟୀ , ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କିଆରା ଏହି ସୂଚନା ଦେଇଛନ୍ତି। କିଆରା ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି ଯେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦କୋଟି ସଂଗ୍ରହ କରିଛି। କିଆରା ଲେଖିଛନ୍ତି- ‘ସତ୍ୟପ୍ରେମ କି କଥା’କୁ ଏତେ ଭଳପାଇବା ଦେଇଥିବାରୁ ଧନ୍ୟବାଦ। ପ୍ରଥମ ଦିନ ୯.୨୫କୋଟି ସଂଗ୍ରହ କରି ‘ସତ୍ୟପ୍ରେମ କି କଥା’ ଭଲ ଓପନିଂ କରିଥିଲା।

Related posts

୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ ସାଲାର’

mahabharatanews

ବିରୁଷ୍କାଙ୍କ ଘରେ କୁନି ଅତିଥି ‘ଆକାୟ’

mahabharatanews

ଖୁବଶୀଘ୍ର ଆସୁଛି ୱେବ୍ ସିରିଜ୍ ଅସୁର -୩  

mahabharatanews