(ଭୁବନେଶ୍ଵର) : ଜୁନରେ ଏବଂ ଜୁଲାଇରେ ମଧ୍ୟ ଲଗାତାର ନିଅଣ୍ଟିଆ ବର୍ଷା ଚାଷୀଙ୍କ ମନବଳ ଭାଙ୍ଗି ସାରିଲାଣି । ଦିନକୁ ଦିନ ସ୍ଥିତିକୁ ଅଧିକ ସାଂଘାତିକ କଲାଣି। ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବମୋଟ ୬.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକ ବର୍ଷା ୯.୬ ମିମି ତୁଳନାରେ ୩୭% କମ୍ ରହିଛି। ସେହିଭଳି ୧୪ ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିପାରେ। ୧୫ ଓ ୧୬ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
ସୂଚନାନୁଯାୟୀ , ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ବର୍ଷା ମଧ୍ୟ ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।
