ବିଶ୍ୱ

ପରଲୋକରେ  ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ପତ୍ନୀ

(ଦିଲ୍ଲୀ) : ପରଲୋକରେ  ନେପାଳର ପ୍ରଥମ ମହିଳା ତଥା ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ପତ୍ନୀ ସୀତା ଦହଲ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ନରଭିକ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ, ସେ ଏକ ବିରଳ ସ୍ନାୟୁଗତ ରୋଗରେ ପୀଡିତ ଥିଲେ ।

ସୂଚନାନୁଯାୟୀ , ସକାଳ ୮ ଟାରେ ସୀତା ଦହଲ ହୃଦ୍‌ଘାତର ଶିକାର ହୋଇଥିଲେ ତାଙ୍କର ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା ହେଲେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କର ଦେହାନ୍ତ ହୋଇଥିଲା । ସକାଳ 8.33ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ପୀଡିତ ଥିଲେ। ଦୀର୍ଘଦିନ ଧରି ସେ ଅନେକ ରୋଗରେ ପିଡୀତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ସୀତା ଦହଲଙ୍କ ନିଧନରେ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୃତଦେହକୁ ପ୍ରଥମେ ନେପାଳ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କାର୍ଯ୍ୟାଳୟରେ ରଖାଯାଇଥିବା ନେଇ ସୂଚନା ରହିଛି ।

Related posts

ପୁଣି ଜୁକରବର୍ଗଙ୍କୁ ଲଢ଼େଇ ପାଇଁ ଚ୍ୟାଲେଞ୍ଜ ଦେଲେ ଏଲନ୍ ମସ୍କ

mahabharatanews

ଭାରତ-ପାକ୍ ମହା ମୁକାବିଲା

mahabharatanews

ଋଣ ଭାରରେ ଶକ୍ତିଶାଳୀ ରାଷ୍ଟ୍ର

mahabharatanews