ଭାରତ

ବନ୍ଦେ ଭାରତ ଟ୍ରେନ୍‌ରେ ଅଗ୍ନିକାଣ୍ଡ ,ଯାତ୍ରୀ ସୁରକ୍ଷିତ

(ଦିଲ୍ଲୀ) :  ବନ୍ଦେ ଭାରତ ଟ୍ରେନ୍‌ରେ ଅଗ୍ନିକାଣ୍ଡ ।  ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ସୋମବାର ଅଗ୍ନିକାଣ୍ଡ ଘଟିଛି ଟ୍ରେନ୍‌ଟି ପୂର୍ବରୁ ହବିବଗଞ୍ଜ ଷ୍ଟେସନ ଭାବେ ଜଣା ଯାଉଥିବା ରାନୀ କମଲାପତି ଷ୍ଟେସନ୍‌ରୁ ଦିଲ୍ଳୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହର କରାଯାଇଛି ବୋଲି ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ ,  ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍‌ର ୧୪ ନମ୍ବର କୋଚ୍‌ରୁ ପ୍ରଥମେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ଏକ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକା ଯାଇଥି‌ଲା। ଅଗ୍ନିଶମ କର୍ମଚାରୀ ଆସି ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି।

Related posts

ବିଜେପି ସଭାପତି ଜେପି ନଡ୍ଡା ଏବଂ ଅମିତ ମାଲଭିଅଙ୍କ ବିରୋଧରେ ଥାନାରେ ଏତଲା

mahabharatanews

ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରୁ ବିପୁଳ ଅର୍ଥ ଜବତ

mahabharatanews

ଭୁକମ୍ପରେ ଥରିଲା  ହିମାଚଳ ପ୍ରଦେଶ

mahabharatanews