ଭାରତ

 ଏପ୍ରିଲ ୨୩ ଯାଏଁ କେ କବିତାଙ୍କ ରିମାଣ୍ତ ଅବଧି ବୃଦ୍ଧି 

(ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲା । ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଲାଗିଲା ବଡ଼ ଝଟକା । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବିଆରଏସ ନେତା କେ କବିତାଙ୍କ ରିମାଣ୍ତ ଅବଧିକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସୂଚନାନୁଯାୟୀ , କୋର୍ଟରେ ଶୁଣାଣି ସମୟରେ ଇଡି କେ କବିତାଙ୍କୁ ରିମାଣ୍ତରେ ନେବା ପାଇଁ ଦାବି କରିବା ସହ କହିଥିଲେ ଯେ, ସେ ଅର୍ଥାତ୍ କେ କଭିତା ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିବା ସହ କବିତା ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। କେ କବିତା ବିଚାରପତିଙ୍କ ସହ ଆଲୋଚନା କରି ନିଜ ମତ ପ୍ରକାଶ କରିବାକୁ ଦାବି କରିଥିଲେ ହେଲେ ଏନେଇ କୋର୍ଟ ପକ୍ଷରୁ ତାଙ୍କୁ ଅନୁମତି ମିଳିନଥିଲା । ସେ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ କେ କବିତା ଦାବି କରିଛନ୍ତି ଯେ, ମୋର ଏକ୍ସାଇଜ୍ ପଲିସି ସହିତ କୌଣସି ସମ୍ପର୍କ ନାହିଁ। ମୁଁ ପଡିତା, ଇଡି ଏବଂ ସିବିଆଇ ଦ୍ୱାରା ଅନୁସନ୍ଧାନ ୨.୫ ବର୍ଷ ଧରି ମିଡିଆ ଟ୍ରାଏଲ ମାଧ୍ୟମରେ ଜାରି ରହିଛି ।

Related posts

ଆପରୁ ଇସ୍ତଫା ଦେଲେ ମନ୍ତ୍ରୀ ରାଜକୁମାର ଆନନ୍ଦ

mahabharatanews

” ଦଳରେ ଯୋଗ ନ ଦେଲେ ଗିରଫ ହେବ” 

mahabharatanews

ପାର୍ବତୀ କୁଣ୍ତରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

mahabharatanews