ଭାରତ

ଚିତା ସଙ୍କଟ; ପ୍ରାକୃତିକ କାରଣରୁ ହୋଇଛି ମୃତ୍ୟୁ 

(ମଧ୍ୟପ୍ରଦେଶ) : ଲଗାତର ଭାବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ବାଘଙ୍କ ମୃତ୍ୟୁ ପରେ ଚିନ୍ତାରେ ସରକାର ।  ଏ ଯାଏ ପୂର୍ଣ୍ଣବୟସ୍କ ୫ଟି ଚିତାଙ୍କର ଏହି ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଲାଣି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ପ୍ରାଥମିକ ବିଶ୍ଳେଷଣ ଅନୁସାରେ ଏହି ପାଂଚଟି ଯାକ ଚିତା ପ୍ରାକୃତିକ କାରଣରୁ ମରିଛନ୍ତି।

ସୂଚନାନୁଯାୟୀ , ବିଗତ ୧୦ମାସ ମଧ୍ୟରେ ଏହି ପ୍ରକଳ୍ପ ସହିତ ସମ୍ପୃକ୍ତ ସମସ୍ତ ପକ୍ଷ ଚିତା-ରକ୍ଷଣାବେକ୍ଷଣ ଓ ପରିଚାଳନାରେ ମୂଲ୍ୟବାନ ଅଭିଜ୍ଞତା ଅର୍ଜନ କରିଛନ୍ତି। ସେମାନଙ୍କ ସୁରକ୍ଷା ଓ ବଂଶବୃଦ୍ଧି କିପରି ଅଧିକ ହେବ ସେ ବାବଦରେ ଅନେକ ଅଭିଜ୍ଞତା ମିଳିଛି। ଏଥିରୁ ଜଣାପଡୁଛି ଯେ ଏହି ପ୍ରୋଜେକ୍ଟ ନିଶ୍ଚିତ ସଫଳ ହେବ। ଏଭଳି ସମୟରେ ଚିତା ମୃତ୍ୟୁକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କଳ୍ପନାପ୍ରସୂତ କାହାଣୀ ପ୍ରକାଶ କରିବା ଠିକ୍ ନୁହେଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Related posts

୩୬ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ

mahabharatanews

ସୁପ୍ରିମକୋର୍ଟରେ ଅଯୋଗ୍ୟ ଘୋଷିତ ହିମାଚଳ କଂଗ୍ରେସର ୬ ବିଧାୟକ

mahabharatanews

ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍ ଦାଖଲ

mahabharatanews