ଓଡିଶା

ଅଚାନକ ଭୁଶୁଡ଼ିଗଲା ରାଜପଥ-୧୬ର ବ୍ରିଜ୍

(ବାଲେଶ୍ଵର) : ଅଚାନକ ଭୁଶୁଡ଼ିଗଲା ବ୍ରିଜ୍‌ । ଯାଜପୁର ଜାତୀୟ ରାଜପଥ-୧୬ରେ ବ୍ରିଜ୍‌ ଭୁଶୁଡ଼ିଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନିକଟରେ ‌ଏହି ଅଘଟଣ ଘଟିଛି। ଉକ୍ତ ସମୟରେ ବ୍ରିଜ ଭୁଶୁଡ଼ିଲା ବେଳେ କୌଣସି ଗାଡ଼ି ଯାଉ ନଥିଲା। ଫଳରେ କୌଣସି କ୍ଷୟ କ୍ଷତି ହୋଇ ନାହିଁ।

ସୂଚନାନୁଯାୟୀ ,ବ୍ରିଜ ଭୁଶୁଡିବା ଫଳରେ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍‌ ରହିଛି । ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଏବେ ଅଟକି ରହିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ପ୍ରାୟ ୧୦ ଫୁଟ୍‌ ତଳକୁ ଦବିଯାଇଛି ବ୍ରିଜ୍‌ । ଯାହାଫଳରେ ଉକ୍ତ ବ୍ରିଜ୍‌ରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛି । ତେବେ ଖବର ଲେଖିବା ଯାଏଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related posts

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା

mahabharatanews

ଭିଜିଲାନ୍ସ ପଞ୍ଝାରେ କିରାଣୀ

mahabharatanews

ଓଡ଼ିଶାରେ ମତଦାନ ଆରମ୍ଭ

mahabharatanews