ଓଡିଶା

୨୮ ଦିନ ପରେ କାବୁ ହେଲା ମଣିଷଖିଆ ବଉଳା କୁମ୍ଭୀର  

(ରାଜନଗର) : ଲଗାତର ଭାବେ ମଣିଷ ଖାଇ ସମସ୍ତଙ୍କୁ ଆତଙ୍କିତ କରିଥିବା ବଉଳା କୁମ୍ଭୀର କାବୁ ହୋଇଛି । ଦୀର୍ଘ ୨୮ଦିନ ପରେ ବନବିଭାଗ ହାତରେ ଧରାପଡ଼ିଛି ମଣିଷଖିଆ ବଉଳା କୁମ୍ଭୀର। ଗତ ୫ଦିନ ଧରି ନାଳରେ କୁମ୍ଭୀର ଭାସିବା ଖବର ସ୍ଥାନୀୟ ଲୋକଙ୍କ ପାଖରୁ ପାଇବା ପରେ ବନବିଭାଗର କର୍ମଚାରୀମାନେ ଜାଲ ବସାଇ ତାକୁ ଧରିବା ପାଇଁ ଉଦ୍ୟମ କରିଥିଲେ। ଦୀର୍ଘ ୭ ଘଣ୍ଟାର ଉଦ୍ୟମ ପରେ କୁମ୍ଭୀରକୁ କାବୁ କରାଯାଇଥିଲା। ୧୦ ଫୁଟ୍‌ ୩ ଇଞ୍ଚ ଲମ୍ବର ଏହି କୁମ୍ଭୀରକୁ ବାଉଁଶଗଡ଼ି ନଦୀରେ ଛାଡି ଦିଆଯାଇଛି।

ସୂଚନାନୁଯାୟୀ ,  ସ୍ଥାନୀୟ ଲୋକଙ୍କ ସହଯୋଗରେ ବନବିଭାଗ ଗତ ୨୧ ତାରିଖଠାରୁ କସରତ କରୁଥିଲେ ମଧ୍ୟ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇପାରୁ ନ ଥିଲେ। ଯେଉଁ ପୋଖରୀରୁ ଏହି କୁମ୍ଭୀର ହାତିଆଗଡ଼ି ଗାଁର ସୀତାରାଣୀ ଦାସଙ୍କୁ ଝାମ୍ପି ନେଇଥିଲା ସେଥିରେ ଦଳ ବୋଝେଇ ହୋଇ ରହିଥିଲା। ପୋଖରୀ ସହିତ ସଂଯୋଗ କରୁଥିବା ନାଳ ଦଳରେ ଭର୍ତ୍ତି ଥିଲା। ଫଳରେ ବନବିଭାଗ ଏହି କୁମ୍ଭୀରକୁ ଧରିବାରେ ବିଫଳ ହେଉଥିଲେ ।

Related posts

ବିଦ୍ଧିବଧ ଭାବରେ ବିଜେପିରେ ଯୋଗ ଦେଲେ ପ୍ରଭାତ ସିଂହ

mahabharatanews

ରଥଯାତ୍ରା ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚର ‘ସାଇବର ସାଥୀ’ ଅଭିଯାନ

mahabharatanews

ଶ୍ରୀମନ୍ଦିରରେ ୫ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews