ଓଡିଶା

ପୁଣି ୨ ଦିନ ଜୟପୁରକୁ ଉଡିବନି ବିମାନ  

(ଭୁବନେଶ୍ୱର) : ଲଗାତାର ଭାବେ କୌଣସି ନା କୌଣସି ତ୍ରୁଟି ହେତୁ ବନ୍ଦ ରହୁଛି ବିମାନ ସେବା  । ଦୁଇ ଦିନ ସେବା ବନ୍ଦ ରହିବା ପରେ ଆଜି ଇଣ୍ଡିଆ ୱାନ୍‌ ଏୟାର ବିମାନ ଜୟପୁରକୁ ଚଳାଚଳ କରିଥିଲା। କିନ୍ତୁ  ଏୟାର ଲାଇନ୍‌ କଂପାନି ଆଜି ପୁଣି ଆସନ୍ତା ଦୁଇ ଦିନ ପାଇଁ ସେବା ବନ୍ଦ ରହିବ ବୋଲି ଘୋଷଣା କରିଛି।  ୨୩ତାରିଖରୁ ପୁଣି ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ , ଆସନ୍ତା ଦୁଇ ଦିନ ପାଇଁ ଅଗ୍ରୀମ ଟିକେଟ୍‌ କରିଥିବା ଯାତ୍ରୀଙ୍କୁ ଆଜି ଫୋନ୍‌ କରି କଂପାନି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ୧୮ ଏବଂ ୧୯ତାରିଖରେ କଂପାନି ବୈଷୟିକ କାରଣ ଦର୍ଶାଇ ଦୁଇ ଦିନ ସେବା ବନ୍ଦ ରଖିଥିଲା। ଆଜି ପୁଣି ସେବା ଯୋଗାଇ ଦେଇଥିବା ବେଳେ ଆସନ୍ତାକାଲି ଠାରୁ ଦୁଇ ଦିନ ନିମନ୍ତେ ପୁଣି ସେବା ବନ୍ଦ ରଖିବ ବୋଲି ନିଷ୍ପତ୍ତି ନେଇଛି। ବର୍ଷା ଲାଗି ରହିଥିବାରୁ ପାଗକୁ ଦେଖି ଯନ୍ତ୍ରାଂଶ ମରାମତି ପାଇଁ ସେବାକୁ ବାତିଲ କରିଥିବା ସୂଚନା ମିଳିଛି।

 

Related posts

ଢେଙ୍କାନାଳରେ ଲଘୁଚାପର କରାଳ ରୂପ

mahabharatanews

ନବଜାତକ ଶିଶୁପୁତ୍ରର ମୃତଦେହ ଉଦ୍ଧାର

mahabharatanews

ଅନୁଗୁଳରେ କରେଣ୍ଟ ଦେଇ ହାତୀକୁ ହତ୍ୟା

mahabharatanews