ମନୋରଞ୍ଜନ

ରିଲିଜ ପୂର୍ବରୁ ବଦଳିଲା  ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ର ନାମ

(ମୁମ୍ବାଇ) : ଆଦିପୁରୁଷ ଖରାପ ପଦର୍ଶନ ସତ୍ତ୍ୱେ କମୁନି ସାଉଥ ସୁପରଷ୍ଟାରଙ୍କ କ୍ରେଜ । ଏହାରି ମଧ୍ୟ ଶୁଣିବାକୁମିଳୁଛି କି ବଦଳିଲା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ରୋଜେକ୍ଟ କେ’ର ନାମ। ୨୦୨୪ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ପ୍ରୋଜେକ୍ଟ କେ’ର ନାମ ରିଲିଜ୍ ପୂର୍ବରୁ ବଦଳାଇ ଦିଆଯାଇଛି। ଫିଲ୍ମର ଟିଜର ଏବେ ରିଲିଜ୍ କରାଯାଇଥିବା ବେଳେ ନିର୍ମାତା ଫିଲ୍ମର ନାମ ‘କଲ୍କି ୨୮୯୮ ଏଡି’ ରଖିଥିବା ଦେଖାଯାଇଛି।

ସୂଚନାନୁଯାୟୀ , ତେବେ ଟିଜର ରିଲିଜ୍ ପରେ କିଛି ଲୋକ ଏହାକୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆର କିଛି ଲୋକ ଏହି ଫିଲ୍ମକୁ ହଲିଉଡ ଚଳଚ୍ଚିତ୍ର ‘ଡ୍ୟୁନ୍’ ସହିତ ତୁଳନା କରି ଏହା ଏକ ଶସ୍ତା କପି ବୋଲି କହିବା ଆରମ୍ଭ କରିଛନ୍ତି। ଏହା ସହ ପ୍ରଭାସଙ୍କୁ ‘ଶସ୍ତା ଆଇରନ୍ ମ୍ୟାନ୍’ ବୋଲି କହି ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

Related posts

ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରସିଦ୍ଧ ଗାୟକ କୁମାର ସାନୁ…

mahabharatanews

ଭାଇରଲ ହେଲା ତାପସୀଙ୍କ ବିବାହ ଭିଡିଓ 

mahabharatanews

ଅନୁଭବ-ବର୍ଷା ମାମଲା : ୩୦ରେ ପରବର୍ତ୍ତୀ ଶୁଣାଣି 

mahabharatanews