ଓଡିଶା

ନେତାଜୀ ସଂଗ୍ରହାଳୟ ବୁଲିଲେ ରାଷ୍ଟ୍ରପତି

(କଟକ) :  ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ନେତାଜୀ ସଂଗ୍ରହାଳୟରେ ବୁଲିଲେ ରାଷ୍ଟ୍ରପତି। ସେଠାରେ ଥିବା ନେତାଜୀଙ୍କ ବିଭିନ୍ନ ସାମଗ୍ରୀ ବୁଲି ଦେଖିଛନ୍ତି ମହାମହିମ। କଟକ ଅଭିମୁଖେ ସଡକ ପଥରେ ବାହାରି ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ରାଷ୍ଟ୍ରପତିଙ୍କ କାରକେଡ୍‌ ବାହାରିଥିଲା। ସଡ଼କ ପଥରେ ଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ପୂର୍ବରୁ ହେଲିକପ୍ଟରରେ କଟକ ଗସ୍ତ ଧାର୍ଯ୍ୟ ହୋଇଥିଲା। ତେବେ ପୁଣି ସଡକ ପଥରେ ଯିବାର ନିଷ୍ପତ୍ତି ହୋଇଥିଲା। ଏହା ପୂର୍ବରୁ ଶୈଳବାଳା ମହାବିଦ୍ୟାଳୟ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସୂଚନାନୁଯାୟୀ , ଆଜି ପ୍ରଥମେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଚଣ୍ଡି ମନ୍ଦିରରେ ପହଞ୍ଚି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି । ଏହାପରେ  ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

Related posts

ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ୨୦୨୫ ଅନୁଷ୍ଠିତ

mahabharatanews

ଆଜି ଏକାଦଶୀ : ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀ ଅଲାରନାଥ

mahabharatanews

ଡାକ୍ତର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

mahabharatanews