(ଭୁବନେଶ୍ୱର) : ଚଳିତ ବର୍ଷ ଯୋଡ଼ା ଶ୍ରାବଣରେ ପଡ଼ୁଥିବାରୁ ଦୁଇଟି ପୂର୍ଣ୍ଣିମା ତାରିଖ ରହିଛି । ଏହା ଭିତରୁ ଗୋଟିଏ ରହିଛି ରାକ୍ଷୀ ପୂର୍ଣ୍ଣିମା । ଆଗକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଆସୁଛି । ଭାଇର ଶୁଭ ମନାସି ସବୁ ଭଉଣୀ ରଖି ବାନ୍ଧିବେ । ତେବେ କେଉଁ ପୂର୍ଣ୍ଣିମାନେ ରକ୍ଷା ବନ୍ଧନ ପାଳନ କରାଯିବ ସେ ନେଇ ଲୋକଙ୍କ ମଧ୍ୟରେ ରହିଛି ଦ୍ୱନ୍ଦ । ତେବେ ଆସନ୍ତୁ ଜାଣିବା କେଉଁ ପୂର୍ଣ୍ଣିମାରେ ଆପଣ କେଉଁ ବାରରେ ଏବଂ କେଉଁ ସମୟ ଭାଇ ପାଇଁ ଭଲ ରହିଛି ଜାଣିବା :-
ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ ଶ୍ରାବଣର ପ୍ରଥମ ପୂର୍ଣ୍ଣିମା ମଳ ମାସ ରେ ପଡ଼ୁଛି । ତେଣୁ ଏହାକୁ ମଳ ପୂର୍ଣ୍ଣିମା କହିବା । ଏହି ପୂର୍ଣ୍ଣିମା 1 ଅଗଷ୍ଟ ମଙ୍ଗଳବାରରେ ପଡ଼ୁଛି । ଏହା ମଙ୍ଗଳବାର ୩.୫୧ ରୁ ଆରମ୍ଭ ହୋଇ ରାତି ୧୨ .୦୧ ମିନିଟ୍ ଯାଏଁ ରହିବ । ଶ୍ରାବଣ ମାସର ଦ୍ୱିତୀୟ ପୂର୍ଣ୍ଣିମା ୩୦ ଅଗଷ୍ଟ ବୁଧବାର ପଡ଼ିବ । ଏହାର ସକାଳ ୧୦ .୫୮ ରୁ ଆରମ୍ଭ ହୋଇ ଗୁରୁବାର ସକାଳ ୭ .୦୫ ଯାଏଁ ରହିବ । ତେଣୁ ପୂର୍ଣ୍ଣିମା ବ୍ରତ ୩୦ ରେ ହେଲେ ବି ୩୧ରେ ଦାନ ସ୍ନାନକାମ କରିପାରିବେ । ଏହିଦିନ ଭଦ୍ରା କାଳ ଆରମ୍ଭ ହୋଇଯିବ । ଶାସ୍ତ୍ରରେ ଭଦ୍ରା କାଳରେ ଶ୍ରାବଣୀ ପର୍ବ ପାଳନ କରାଯିବା ନିଷେଦ୍ଧ । ୩୦ ଅଗଷ୍ଟରେ ଭଦ୍ରା କାଳ ରାତି 9 ଟା2 ମିନିଟ ଯାଏଁ ରହିବ । ଏହିସମୟ ପରେ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯାଇପାରିବ । ରାକ୍ଷୀ ବନ୍ଧନ ଦିନ ସମୟରେ କଲେ ଶୁଭ ମନାଯାଏ । ତେଣୁ ଏମିତିରେ ୩୧ ଅଗଷ୍ଟରେ ଆପଣ ଦିନ ସମୟରେ ଏହି ପର୍ବକୁ ପାଳନ କରିପାରିବେ ।