ବିଶେଷ

ରାକ୍ଷୀ ପୂର୍ଣ୍ଣିମା : ଜାଣନ୍ତୁ ଶୁଭ ସମୟ 

(ଭୁବନେଶ୍ୱର) :  ଚଳିତ ବର୍ଷ ଯୋଡ଼ା ଶ୍ରାବଣରେ ପଡ଼ୁଥିବାରୁ ଦୁଇଟି ପୂର୍ଣ୍ଣିମା ତାରିଖ ରହିଛି । ଏହା ଭିତରୁ ଗୋଟିଏ ରହିଛି ରାକ୍ଷୀ ପୂର୍ଣ୍ଣିମା । ଆଗକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଆସୁଛି  । ଭାଇର ଶୁଭ ମନାସି ସବୁ ଭଉଣୀ ରଖି ବାନ୍ଧିବେ ।  ତେବେ କେଉଁ ପୂର୍ଣ୍ଣିମାନେ ରକ୍ଷା ବନ୍ଧନ ପାଳନ କରାଯିବ ସେ ନେଇ ଲୋକଙ୍କ ମଧ୍ୟରେ ରହିଛି ଦ୍ୱନ୍ଦ । ତେବେ ଆସନ୍ତୁ ଜାଣିବା କେଉଁ ପୂର୍ଣ୍ଣିମାରେ ଆପଣ କେଉଁ ବାରରେ ଏବଂ କେଉଁ ସମୟ ଭାଇ ପାଇଁ ଭଲ ରହିଛି ଜାଣିବା :-

ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ ଶ୍ରାବଣର ପ୍ରଥମ ପୂର୍ଣ୍ଣିମା ମଳ ମାସ ରେ ପଡ଼ୁଛି । ତେଣୁ ଏହାକୁ ମଳ ପୂର୍ଣ୍ଣିମା କହିବା । ଏହି ପୂର୍ଣ୍ଣିମା 1 ଅଗଷ୍ଟ ମଙ୍ଗଳବାରରେ ପଡ଼ୁଛି । ଏହା ମଙ୍ଗଳବାର ୩.୫୧  ରୁ ଆରମ୍ଭ ହୋଇ ରାତି ୧୨ .୦୧  ମିନିଟ୍ ଯାଏଁ ରହିବ । ଶ୍ରାବଣ ମାସର ଦ୍ୱିତୀୟ ପୂର୍ଣ୍ଣିମା ୩୦  ଅଗଷ୍ଟ ବୁଧବାର ପଡ଼ିବ । ଏହାର ସକାଳ ୧୦ .୫୮  ରୁ ଆରମ୍ଭ ହୋଇ ଗୁରୁବାର ସକାଳ ୭ .୦୫  ଯାଏଁ ରହିବ । ତେଣୁ ପୂର୍ଣ୍ଣିମା ବ୍ରତ ୩୦ ରେ ହେଲେ ବି ୩୧ରେ ଦାନ ସ୍ନାନକାମ କରିପାରିବେ । ଏହିଦିନ ଭଦ୍ରା କାଳ ଆରମ୍ଭ ହୋଇଯିବ । ଶାସ୍ତ୍ରରେ ଭଦ୍ରା କାଳରେ ଶ୍ରାବଣୀ ପର୍ବ ପାଳନ କରାଯିବା ନିଷେଦ୍ଧ । ୩୦  ଅଗଷ୍ଟରେ ଭଦ୍ରା କାଳ ରାତି 9 ଟା2 ମିନିଟ ଯାଏଁ ରହିବ । ଏହିସମୟ ପରେ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯାଇପାରିବ । ରାକ୍ଷୀ ବନ୍ଧନ ଦିନ ସମୟରେ କଲେ ଶୁଭ ମନାଯାଏ । ତେଣୁ ଏମିତିରେ ୩୧ ଅଗଷ୍ଟରେ ଆପଣ ଦିନ ସମୟରେ ଏହି ପର୍ବକୁ ପାଳନ କରିପାରିବେ ।

 

Related posts

ନୟାଗଡର ପ୍ରସିଦ୍ଧ ମିଠା ଛେନାପୋଡ଼ ଦିବସ ଆଜି

mahabharatanews

ପତ୍ନୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ୱାମୀଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ

mahabharatanews

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews