ଓଡିଶା

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

(ଭୁବନେଶ୍ୱର) : ଅଗଷ୍ଟ ୧୬ରୁ ଘରୋଇ ବସ୍‌ ଧର୍ମଘଟ । ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହେବ ବୋଲି ରାଜ୍ୟ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି । ବିଭିନ୍ନ ଗ୍ରାମାଞ୍ଚଳକୁ ‘ମୋ ବସ୍‌’ ଚଳାଚଳ କରିବା ଦ୍ବାରା ଘରୋଇ ବସ୍‌ ମାଲିକ ମାନଙ୍କର କ୍ଷତି ହେଉଛି । କେବଳ ସହରାଞ୍ଚଳରେ ‘ମୋ ବସ୍’ ଚଳାଚଳ କରିବା ନେଇ ନିୟମ ହୋଇଥିଲେ ହେଁ ବେଆଇନ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ ‘ମୋ ବସ୍’ ଚଳାଚଳ କରୁଛି   ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ମଧ୍ୟ ମୋ ବସ୍‌ ସେବା ଯୋଗାଇ ଦେବାକୁ ଲକ୍ଷ୍ମୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଏହା ଚଳାଚଳ କରିବ । ଘରୋଇ ବସ୍‌ ମାଲିକ ମାନଙ୍କର କ୍ଷତି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ସୂଚନାନୁଯାୟୀ , ରାଜ୍ୟ ସରକାର ଅଗଷ୍ଟ ୧୫ ସୁଦ୍ଧା ଏହି ସମସ୍ୟାର ସମାଧାନ ନ କଲେ, ଅଗଷ୍ଟ ୧୬ରୁ ଘରୋଇ ବସ୍‌ ଧର୍ମଘଟ ହେବ ବୋଲି ରାଜ୍ୟ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି । ସଂଘ ଏନେଇ ଏକ ଜରୁରୀ ବୈଠକ ଡକାଯାଇଥିଲା ।ଏଥିରେ ୬୩ଟି ଆଞ୍ଚଳିକ ସଂଘର କର୍ମକର୍ତ୍ତା ଓ ବସ୍‌ ମାଲିକମାନେ ଯୋଗ ଦେଇଥିଲେ। ଏଥିରେ ମୋ ବସ୍‌ ଚଳାଚଳ ଦ୍ବାରା ହେଉଥିବା କ୍ଷତି ଏବଂ ଗଣ୍ଡଗୋଳ ପରିସ୍ଥିତି ନେଇ ଆଲୋଚନା ହୋଇଥିଲା । ଏହା ପରେ ବସ୍‌ ଧର୍ମଘଟ ନେଇ ନିଷ୍ପତ୍ତି ହୋଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ।

Related posts

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍‌ : ଏୟାର ଶୋ’ ପାଇଁ ଫୁଲ ଡ୍ରେସ ରିହର୍ସାଲ

mahabharatanews

ଆଇଏଏସ ସ୍ତରରେ ଅଦଳ ବଦଳ, ଅନୁ ଗର୍ଗ ୱାର୍ଟର ରିସୋର୍ସ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ

mahabharatanews