ଓଡିଶା

ଖୋଲିଲା ମାର୍କେଟ ବିଲ୍ଡିଂ

(ଭୁବନେଶ୍ୱର) :  ପୁଣି ସନ୍ଧ୍ୟା ହେଲେ ଲାଗିବ ଚଳଚଞ୍ଚଳ ।  ଆଜି ଠାରୁ ଖୋଲିଛି ଭୁବନେଶ୍ୱର ୟୁନିଟ୍ ୨  ମାର୍କେଟ୍ । କେଭଳ ରିଟେଲ୍ ଦୋକାନ ଖୋଲିଛି । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ ଓ ବିଏମସି ମଧ୍ୟରେ ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍‌ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ । ଏନେଇ ବିଏମ୍‌ସି ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିକୁ ନେଇ ସ୍ଥାୟୀ ଦୋକାନୀ ବଜାର ବନ୍ଦ ରଖିଥିଲେ । ତେଣୁ ଗତ ୧୭ ତାରିଖରୁ ୟୁନିଟ୍ ୨ ମାର୍କେଟ୍ ବନ୍ଦ ରହିଥିଲା ।

Related posts

ଅମାନିଆଙ୍କ ଠାରୁ ଜରିମାନା ଆଦାୟ

mahabharatanews

ରାସ୍ତାକଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

mahabharatanews

୫୨ ପୁଲିସ ଯୋଦ୍ଧାଙ୍କ ପ୍ଲାଜମା ଦାନ

mahabharatanews