ଓଡିଶା

୪ ବଗି ଲାଇନଚ୍ୟୁତ; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ

(କଣ୍ଟାବାଞ୍ଜି) : କଣ୍ଟାବାଞ୍ଜି ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ କାମ ଚାଲିଛି । ତେବେ ବଗି ଲାଇନଚ୍ୟୁତ ହେବାରୁ ୨ଟି ଏକ୍ସପ୍ରେସ ବାତିଲ କରାଯାଇଛି । ରାୟପୁର-ଟିଟିଲାଗଡ଼, ଜୁନାଗଡ଼ ରୋଡ-ରାୟପୁର ଏକ୍ସପ୍ରେସ ବାତିଲ ହୋଇଛି । ଘଟଣାସ୍ଥଳରେ ସମ୍ବଲପୁର ଡିଆରଏମ୍‌ଙ୍କ ସହ ବରିଷ୍ଠ କର୍ମଚାରୀ ଉପସ୍ଥିତ ଅଛନ୍ତି ।

ସୁଚନାନୁସାରେ, ସମ୍ବଲପୁର ଡିଭିଜନ ଡ଼ିଆରଏମ ତୁଷାରକାନ୍ତ ପାଣ୍ଡେଙ୍କ କହିବା ଅନୁସାରେ ରାତିରେ ରାୟପୁର ବେଲସୁଣ୍ଡାରୁ ଚାଉଳ ବୋଝେଇ ଟ୍ରେନ କଣ୍ଟାବାଞ୍ଜି ଆସୁଥିଲା । କୌଣସି କାରଣରୁ କଣ୍ଟାବାଞ୍ଜି ରେଳ ଷ୍ଟେସନ ପହଞ୍ଚିବା ସେହି ମାଲବାହୀ ଗାଡ଼ିର ୪ ବଗି ଲାଇନଚ୍ୟୁତ ହୋଇଥିଲା । ଲାଇନଚ୍ୟୁତ ହେବା ଫଳରେ ମେନ ଟ୍ରାକ ସହ ପାଖରେ ଥିବା ଅନ୍ୟ ଦୁଇଟି ଟ୍ରାକ ପ୍ରଭାବିତ ହୋଇଥିଲା । ଯାହା ଯୋଗୁ ୩ଟି ପାସେଞ୍ଜର ଟ୍ରେନକୁ ରେଳ ବିଭାଗକୁ ବାତିଲ କରିବାକୁ ପଡ଼ିଲା । ଏବେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିବା ବେଳେ ମେନ ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ଏବେ ବି ଆଉ ଦୁଇଟି ଟ୍ରାକକୁ ସଜାଡୁଛନ୍ତି ରେଳ କର୍ମଚାରୀ ।

 

Related posts

କମୁଛି ହୀରାକୁଦ ଜଳସ୍ତର; ବନ୍ଦ ହେଲା ଆଉ ୪ଟି ଗେଟ

mahabharatanews

ୟୁନଫର୍ମ ପିନ୍ଧିନଥିବାରୁ ଛାତ୍ରୀଙ୍କ ଲେଗିଙ୍ଗସ୍ ଖୋଲିଦେଲେ

mahabharatanews

ବିଧାୟକ ଏବଂ ମନ୍ତ୍ରୀଙ୍କ ନିୟମ ଉଲ୍ଲଂଘନକୁ ବିରୋଧ କରି ବିଜେପିର ପ୍ରତିବାଦ

mahabharatanews