ଓଡିଶା

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

(ଭୁବନେଶ୍ୱର) : ଆଜି ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ । ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା । ରାଜ୍ୟରେ ସରକାରୀ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଯୋଗ ଦେବାର ଯୋଜନା ରହିଛି ।  ଶନିବାର  ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ ।

ସୂଚନାନୁଯାୟୀ ,  ରାତି ୧୦  ଟା ୪୦  ମିନିଟରେ ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚିବେ । ହୋଟେଲ ମେ ଫେୟାରରେ ରାତ୍ରିଯାପନ କରିବା ପରେ ଶନିବାର ଦିନ ୧୧ ଟା ରୁ ୧୨ ଟା ଯାଏଁ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ୧.୨୦  ମିନିଟରେ ବିଜେପି ପାର୍ଟି ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୨ ଟା ରୁ ୫ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ । ସନ୍ଧ୍ୟା ୬ ଟାରେ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନବନ୍ଦର ଲାଉଞ୍ଜରେ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Related posts

ସେନା ଗୁଳିରେ ଜଣେ ମାଓବାଦୀ ମୃତ

mahabharatanews

ବ୍ୟାସନଗର ସୋୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ

mahabharatanews

ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ଫଳ

mahabharatanews