ଓଡିଶା

ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ 

(ହୀରାକୁଦ) :  ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ । ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୦ ଦଶମିକ ୫୮ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ୪ ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୨୩ ହଜାର ୬୨୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ସୂଚନାନୁଯାୟୀ , ହୀରାକୁଦକୁ ଜଳ ପ୍ରବାହ କମିଛି । ୫ ଲକ୍ଷ କ୍ୟୁସେକ୍ ଥିଲା, ତାହା କମିଛି । ବାମପଟୁ ୧୧, ଦକ୍ଷିଣ ପଟୁ ୬ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ତଳମୁଣ୍ଡରେ ବହୁତ ମାତ୍ରାରେ ପାଣି କମି ଯାଇଛି । ମୁଣ୍ଡୁଳିରେ ବି ପାଣି କମି ଯାଇଛି । ଖଇରମାଳ ଠାରେ ବି ପାଣି କମି ୩.୨୦ ଲକ୍ଷ କ୍ୟୁସେକରେ ପାଣି ପ୍ରବାହିତ ହେଉଛି । ବିଶେଷକରି କଣାସ ବ୍ଲକର ଦୟା ଓ ରାଜୁଆ ନଦୀ, ମାଛଗାଁ ଦେବୀ ନଦୀ, କେନ୍ଦ୍ରାପଡ଼ାର ଲୁଣା ଓ କେରାଣ୍ଡିଆ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉଛି ।

Related posts

ଶ୍ରୀବିହାରର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ସିଲ କଲା ପ୍ରଶାସନ

mahabharatanews

ଲକ୍ ଡାଉନ୍ ପ୍ରଭାବ: ଖାଦ୍ୟ ନ ପାଇ ଲୋକେ ଡହଳ ବିକଳ

mahabharatanews

ଅଗ୍ନିକାଣ୍ଡରେ ୩ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

mahabharatanews