ଓଡିଶା

୫ଟି ସଚିବଙ୍କ ବଲାଙ୍ଗୀରି ଗସ୍ତ

 (ବଲାଙ୍ଗୀରି) :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ସହ ସମସ୍ୟା ନେଇ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାନୁଯାୟୀ , ତୁଷୁରାରେ ଥିବା ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ ସହିତ ମନ୍ଦିରର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ସେବାୟତ, ଟ୍ରଷ୍ଟି ସଦସ୍ୟ ତଥା ସାଧାରଣ ଜନତାଙ୍କ ସହ ମନ୍ଦିରର ସାମଗ୍ରିକ ବିକାଶ ପାଇଁ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସହିତ ମନ୍ଦିରର ରୂପାନ୍ତର ତଥା ଏହାର ବିକାଶ ଦିଗରେ ପରାମର୍ଶ ଦେଇଥିଲେ। ମନ୍ଦିର ତଥା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏକ ଡିଆରପି ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Related posts

୨୪ ଘଣ୍ଟାରେ ଦେଶରୁ ୫୩୫ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ସାଂସଦଙ୍କ ଶିକ୍ଷାନୁଷ୍ଠାନ ପ୍ରୀତି ନଷ୍ଟ କଲା ୬ ଲକ୍ଷ ଜୀବନ

mahabharatanews

ଆଜି ପୁରା ଓଡ଼ିଶାରେ ବର୍ଷିବ

mahabharatanews