ଓଡିଶା

 ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ  

(ମହାନଦୀ) : ଆଉ ଖୋଲିବନି ହୀରାକୁଦ ଜଳଭଣ୍ଡାରର ଗେଟ୍ । ଏବେ ଜଳଭଣ୍ଡାରରେ ୬୨୧. ୯୫ ଫୁଟ ପାଣି ରହିଛି । ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୦ ହଜାର କ୍ୟୁସେକ ନିଷ୍କାସିତ ହେଉଛି । ମୋଟ୍ ଉପରେ ୨୦ଟି ଗେଟ ଦେଇ ଜଳ ନିସ୍କାସନ ହେଉଛି । ରାଜ୍ୟବାସୀ ଆତଙ୍କିତ ହେବାର କିଛି ନାହିଁ । ଏବେ ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ପାଣି କମିଲେ ଖୁବଶୀଘ୍ର ମରାମତି ହେବ ବୋଲି ଯନ୍ତ୍ରୀ କହିଛନ୍ତି ।

ସୂଚନାନୁଯାୟୀ ,  କ୍ରମଶଃ  ମହାନଦୀରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମୁଛି। ଗତକାଲି  ସନ୍ଧ୍ୟା ୬ଟାରେ ଏହା ୨,୬୦,୦୧୯ କ୍ୟୁସେକ୍‌କୁ ଖସି ଆସିଛି। ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୨୧.୭୧ ଫୁଟ୍‌ ରହିଥିଲା ଓ ଜଳଭଣ୍ଡାରରୁ ୩,୩୭,୩୪୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୨୦ଟି ଗେଟ୍‌ ଦେଇ ୩,୧୬,୧୦୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୧୯,୬୦୭ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଛି।

Related posts

ପୋଖରୀରେ ଖସିପଡିଲା ମହିନ୍ଦ୍ରା ଭ୍ୟାନ

mahabharatanews

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦିତୀୟ ଦିନରେ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ବାଲୁକାଶିଳ୍ପୀ

mahabharatanews

ଆସନ୍ତା କାଲି ଇଡକୋର କଳଙ୍କିତ ନାୟକଙ୍କ ନିଷ୍କଳଙ୍କ ଅବସର!

mahabharatanews