ଓଡିଶା

 ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ  

(ମହାନଦୀ) : ଆଉ ଖୋଲିବନି ହୀରାକୁଦ ଜଳଭଣ୍ଡାରର ଗେଟ୍ । ଏବେ ଜଳଭଣ୍ଡାରରେ ୬୨୧. ୯୫ ଫୁଟ ପାଣି ରହିଛି । ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୦ ହଜାର କ୍ୟୁସେକ ନିଷ୍କାସିତ ହେଉଛି । ମୋଟ୍ ଉପରେ ୨୦ଟି ଗେଟ ଦେଇ ଜଳ ନିସ୍କାସନ ହେଉଛି । ରାଜ୍ୟବାସୀ ଆତଙ୍କିତ ହେବାର କିଛି ନାହିଁ । ଏବେ ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ପାଣି କମିଲେ ଖୁବଶୀଘ୍ର ମରାମତି ହେବ ବୋଲି ଯନ୍ତ୍ରୀ କହିଛନ୍ତି ।

ସୂଚନାନୁଯାୟୀ ,  କ୍ରମଶଃ  ମହାନଦୀରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମୁଛି। ଗତକାଲି  ସନ୍ଧ୍ୟା ୬ଟାରେ ଏହା ୨,୬୦,୦୧୯ କ୍ୟୁସେକ୍‌କୁ ଖସି ଆସିଛି। ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୨୧.୭୧ ଫୁଟ୍‌ ରହିଥିଲା ଓ ଜଳଭଣ୍ଡାରରୁ ୩,୩୭,୩୪୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୨୦ଟି ଗେଟ୍‌ ଦେଇ ୩,୧୬,୧୦୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୧୯,୬୦୭ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଛି।

Related posts

 ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ଲାଗିଛି ନିଆଁ

mahabharatanews

ରାଜ୍ୟରେ ଆଉ ଦୁଇ ଦିନ ତାତି ଜାରି ରହିବ  

mahabharatanews

ଭାଇରଲ ଭିଡିଓ କୋଭିଡ ପୂର୍ବର

mahabharatanews

Leave a Comment