ଓଡିଶା

ଆହୁରି ୨ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

(ଭୁବନେଶ୍ୱର) : ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଯାଇଛି। ଆସନ୍ତା ୨ଦିନ ମଧ୍ୟ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏଥିସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଧା ଓ ପୁରୀରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

ସୂଚନାନୁଯାୟୀ , ଗତକାଲି ରହିଥିବା ଘୂର୍ଣ୍ଣିବଳୟ ଏବେ ବିହାର ଉପରେ ରହିଛି। ଏହାସହ ମୌସୁମୀଜନିତ ନିମ୍ନ ଚାପରେଖା ବର୍ତ୍ତମାନ ଅମୃତସର, ଯମୁନା ନଗର, ବରେଲି, ଗୋରଖପୁର, ପାଟଣା ଓ ମାଲ୍‌ଦା ହୋଇ ପୂର୍ବ ଦିଗରେ ମଣିପୁର ଯାଏ ଲମ୍ବିଛି।

Related posts

ବିଷମ କଟକ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

mahabharatanews

ଶରତଙ୍କ ପରେ କିଏ? ନେତୃତ୍ବ ବଦଳିଲେ ବଦଳିବ କି କଂଗ୍ରେସ ଭାଗ୍ୟ?

mahabharatanews

ଶାଢ଼ୀ ସେଣ୍ଟର ସିଲ୍ କରିବାକୁ ଯାଇ ଦୋକନରେ ଅଟକ ରହିଲେ ବିଏମସି ଅଧୀକାରୀ

mahabharatanews