ବିଶ୍ୱ

ପାକ ରେଳ ଦୁର୍ଘଟଣା; ଚାଲିଗଲା ୩୩ ଜୀବନ   

(ପାକିସ୍ତାନ) : ରେଳ ଦୁର୍ଘଟଣାରେ ଚାଲିଗଲା ୩୩ ଜୀବନ । ପାକିସ୍ତାନର କରାଚୀରୁ ରାୱଲପିଣ୍ଡି ଯାଉଥିବା ହାଜରା ଏକ୍ସପ୍ରେସ୍‌ର ୧୦ଟି ବଗି ଲାଇନଚ୍ୟୁତ ହେବା ଯୋଗୁ ଅତି କମ୍‌ରେ ୩୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୮୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ନୱାବଶାହସ୍ଥିତ ପିପୁଲ୍‌ସ ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ ,  ସାହଜାଦପୁର ଓ ନୱାବଶାହ ମଧ୍ୟବର୍ତ୍ତୀ ସାହାରା ରେଳ ଷ୍ଟେସନ ନିକଟରେ ରବିବାର ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନ ରେଳପଥର ଉପ-ଅଧୀକ୍ଷକ ମହମ୍ମଦ ରେହମାନ କହିଛନ୍ତି ଯେ, ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଉପରେ ଜୋର ଦିଆଯାଉଛି। ଦୁର୍ଘଟଣାର କାରଣ ନେଇ ଅନୁସନ୍ଧାନ ଚାଲିଛି।

Related posts

ଆଇସିସି ମହିଳା ବିଶ୍ୱକପ୍ ଟ୍ରଫି ଜିତି ଅଷ୍ଟ୍ରେଲିଆ ସପ୍ତମ ଥର ଚାମ୍ପିୟନ

mahabharatanews

ପାକିସ୍ତାନୀ ଭିକାରୀଙ୍କୁ ଫେରାଇଲା ସାଉଦି ଆରବ

mahabharatanews

ବର୍ଗର ଭିତରୁ ବାହାରିଲା କଟା ଆଙ୍ଗୁଠି

mahabharatanews