ଓଡିଶା

ମହାନଦୀରେ କମୁଛି ଜଳସ୍ତର ,ନାହିଁ ବିପଦ

(ଭୁବନେଶ୍ୱର) :  ରାଜ୍ୟରେ ଟଳିଲା ବନ୍ୟା ବିପଦ । ମହାନଦୀରେ ଜଳସ୍ତର କମୁଛି  । ବର୍ତ୍ତମାନ ହୀରାକୁଦରେ ୬୨୦  ଫୁଟ୍ ତଳକୁ ଖସିଛି ଜଳସ୍ତର । ବର୍ତ୍ତମାନ ୨୦ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୭୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ମୁଣ୍ଡୁଳିରେ 4ଲକ୍ଷ 50 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ସୂଚନାନୁଯାୟୀ ,  ଜଳସ୍ତର କମୁଥିବାରୁ ଏବେ ମହାନଦୀର ତଳମୁଣ୍ଡ କି ଉପରମୁଣ୍ଡରେ ବନ୍ୟା ପରିସ୍ଥିତି ନାହିଁ । ଏବେ ହୀରାକୁଦର ଆଉ ଗେଟ୍ ଖୋଲାଯିବନି । ଆସନ୍ତା ୯  ତାରିଖ ସୁଦ୍ଧା ହୀରାକୁଦ ଜଳ ସ୍ତର ୬୧୫ ଫୁଟ ତଳକୁ ଖସିଯିବ । ପାଣି ଖସିଲେ ଧିରେ ଧିରେ ଗେଟ ବନ୍ଦ କରାଯିବ । ଏହା ସହିତ ଅନ୍ୟ ଅଞ୍ଚଳରେ ଜଳସ୍ତର ଖସିବାର ସମ୍ଭାବନା ଅଛି । ତେବେ କେବଳ ଉତ୍ତର ଓଡ଼ିଶାକୁ ଆଜି ବର୍ଷା ନେଇ ସତର୍କତା ଜାରି କରାଯାଇଛି । ତେଣୁ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରଖାଯାଇଛି ।

Related posts

୧୭ ଯାଏଁ ଖୋଲିବ ଅମୃତ ଉଦ୍ୟାନ

mahabharatanews

“ବିଜେଡି ୨୪ଟି ଆସନରେ ବିଜୟୀ ହେବ”

mahabharatanews

ପ୍ରବଳ ବର୍ଷା ସମ୍ଭାବନା : ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

mahabharatanews