ଓଡିଶା

ଏଣିକି ଭବାନୀପାଟଣାରୁ ସିଧା ଭୁବନେଶ୍ୱର ବିମାନସେବା

(କଳାହାଣ୍ଡି) : ଏଣିକି ଭବାନୀପାଟଣାରୁ ସିଧା ଭୁବନେଶ୍ୱର ।  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଉତ୍କେଲା ବିମାନବନ୍ଦରକୁ ମିଳିଲା DGCAର ଲାଇସେନ୍ସ । ଭବାନୀପାଟଣାରୁ ଭୁବନେଶ୍ବରକୁ ଖୁବଶୀଘ୍ର ଉଡିବ ବିମାନ । ଫଳରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ହେବ ସୁଦୃଢ ।

ସୂଚନାନୁଯାୟୀ , ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ ବ୍ୟବସ୍ଥା ହୋଇଥିବା ବେଳେ ଏବେ ଏହି ପର୍ଯ୍ୟାୟରେ ଯୋଡ଼ି ହୋଇଛି ଭବନୀପାଟଣା । ଅନ୍ୟପଟେ ଏହି ଘୋଷଣା ପରେ ଟ୍ବିଟ କରି କରି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାର ଉତ୍କେଲା ବିମାନବନ୍ଦର ବିମାନ ସେବା ଆରମ୍ଭ କରିବା ପାଇଁ ଡିଜିସିଏ ଲାଇସେନ୍ସ ପାଇଥିବାରୁ ମୁଁ ଖୁସି । ଖୁବଶୀଘ୍ର ଏଠାରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହେବ ।

Related posts

ଜିଲ୍ଲାପାଳଙ୍କ କୁଲିଆତୁଲ ମଦ୍ରାସା ପରିଦର୍ଶନ

mahabharatanews

ପାନୀୟ ଜଳ ପାଇଁ ଡହଳ ବିକଳ ହେଲେ ଗ୍ରାମବାସୀ

mahabharatanews

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏପ୍ରିଲ୧୪ ତାରିଖ ଯାଏ ଘୁଞ୍ଚିଲା

mahabharatanews

Leave a Comment