ଓଡିଶା

ବନ୍ୟା ପରେ ଝାଡ଼ାବାନ୍ତି ଭୟ 

(ଭୁବନେଶ୍ୱର) : ସାରା ରାଜ୍ୟରେ ବନ୍ୟା ପରେ ଝାଡାବାନ୍ତି ପରି ରୋଗର ଭୟ । ତେବେ ଏ ନେଇ ପୂର୍ବରୁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୪୮ ମେଡିକାଲରେ ରିଲିଫ ଶିବିର କରାଯାଇଛି । ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପତିକ୍ରିୟା ରଖିଛନ୍ତି ।

ସୂଚନାନୁଯାୟୀ , ବନ୍ୟା ପାଣି ଛାଡିବା ପରେ ସମସ୍ତ ପ୍ରକାର ପ୍ରତିକାର ମୂଳକ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ଏହା ସହ ୨୯ ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ପ୍ରାୟ ୧୧ହଜାର ORS ବଣ୍ଟା ଯାଇଛି । ୨୮ ହଜାରରୁ ଅଧିକ ହାଲୋଜେନ ମେଡ଼ିସିନ ବଣ୍ଟା ଯାଇଛି । ସେହିପରି ବନ୍ୟାଞ୍ଚଳରେ ପ୍ରାୟ ୧୩୯୦ ଲୋକ ଚିକିତ୍ସା ପାଇଛନ୍ତି । ୩୬ ଜଣ ଡାଇରିଆ ରୋଗୀ ଚିକିତ୍ସିତ ହୋଇଛନ୍ତି । କେହି ବି ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି । ତାଳପତ୍ର ଜଳଉତ୍ସ ମାନଙ୍କରେ ବ୍ଲିଚିଙ୍ଗ ପାଉଡ଼ର ସ୍ପ୍ରେ କରାଯିବ । ହାତ ସଫା ରଖିବାକୁ ଲୋକଙ୍କୁ ସଚେତନ କରାଯାଉଛି । ଶୌଚ ପରେ ଓ ଖାଇବା ଆଗରୁ ହାତ ସଫା କରିବାକୁ ଲୋକମାନଙ୍କୁ ବୁଝାଯାଉଛି । ଯେଉଁଠି ଆବଶ୍ୟକ ପଡୁଛି ମେଡିକାଲ କ୍ୟାମ୍ପ କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

Related posts

ରେଳ ଦୁର୍ଘଟଣା : ଏଣିକି ବାହାନଗାରେ ଅଟକିବ ଟ୍ରେନ୍

mahabharatanews

ରାଜ୍ୟରେ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା 

mahabharatanews

ଓଡ଼ିଶା କ୍ରିକେଟ ଦଳର କୋଚ ହେଲେ ଦୀନେଶ ଓ ରୁମେଲି

mahabharatanews