ଓଡିଶା

ସାପ କାମୁଡ଼ାରେ ୬୩୫୧ ମୃତ୍ୟୁ; ଗାଇଡଲାଇନ୍ ଜାରି

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ସାପ କାମୁଡ଼ା ଏବଂ ସାପ କାମୁଡ଼ା ଜନିତ ମୃତ୍ୟୁ ବୃଦ୍ଧି ହେବାରେ ଲାଗିଛି । ବିପର୍ଯ୍ୟୟ ଜନିତ ମୃତ୍ୟୁ ହେଉଥିବା ଲୋକଙ୍କ ମଧ୍ୟରୁ ୪୦%  ଲୋକଙ୍କର କେବଳ ସାପ କାମୁଡ଼ାରେ ମୃତ୍ୟୁ ହେଉଛି । ଗତ ୭ ବର୍ଷରେ ୬୩୫୧ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି ।  ତେଣୁ ସାପକୁ ଯେପରି ମାରିବା ପୂର୍ବରୁ ତୁରନ୍ତ ଉଦ୍ଧାର କରାଯିବ ସେନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

ସୂଚନାନୁଯାୟୀ ,  ଏବେ କେବଳ ସ୍ୱୀକୃତିପ୍ରାପ୍ତ ସାପ ଧରାଳୀ ହିଁ ସାପ ଧରିବେ । ‌ଯିଏ ଏହାକୁ ନମାନିବେ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁଠି ଲୋକଙ୍କ ଜୀବନକୁ ସାପର ଭୟ ଥିବ ଯଥା ଘରେ ଭିତରେ ବା ଜନଗହଳି ସ୍ଥାନରେ ସାପ ଦେଖାଗଲେ ତାକୁ ଉଦ୍ଧାର କରାଯିବ । ସାପ ଧରାଳୀମାନେ ଲୋକଙ୍କ ମଧ୍ୟରେ ପରିବେଶରେ ସାପର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବେ । ଏହାସହ ସାପର ଗୋଟିଏ ଫଟୋ ଉଠାଇ ପଠାଇବେ । ସାପ ଧରାଳୀ କେତେ ସମୟ ଭିତରେ ତାଙ୍କ ନିକଟରେ ପହଞ୍ଚିବେ ତାହା ନିଶ୍ଚିତ କରିବେ । ଯଦି କେଉଁଠି ଲୋକଙ୍କୁ ସାପ କାମୁଡ଼ି ଥିବ ତେବେ ସାପ ଧରାଳୀ ଆଶୁ ଚିକିତ୍ସା ଯୋଗାଇବ ସହ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିବେ । ଉଦ୍ଧାର ସାପକୁ ତୁରନ୍ତ ଜଙ୍ଗଲରେ ଛାଡ଼ିବେ । ଯଦି ସାପ ଆହତ ହୋଇଥିବ ତେବେ ତା’ର ଚିକିତ୍ସା କରି ଛାଡ଼ିବେ, ଏକାଧିକ ସାପ ଉଦ୍ଧାର ହୋଇଥିଲେ ଗୋଟିଏ ସ୍ଥାନରେ ଛାଡ଼ିବେନି, ସ୍ଥାନୀୟ ବନ ବିଭାଗ କର୍ତ୍ତୃପକ୍ଷ ସେମାନଙ୍କ ଅଞ୍ଚଳରେ ସାପ କାମୁଡ଼ା ଏବଂ କାମୁଡ଼ା ଜନିତ ମୃତ୍ୟୁର ମାସିକ ରିପୋର୍ଟ ପ୍ରସ୍ତୁତ କରିବେ । ସାପ ଧରାଳୀଙ୍କ ପାଇଁ ବୀମା କରାଯିବ ବୋଲି କୁହାଯାଇଛି ।

Related posts

 ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବାତ୍ୟା

mahabharatanews

ଖୋଲିଲା ବଳଦେବଜୀଉଙ୍କ ମନ୍ଦିର

mahabharatanews

ପାଣ୍ଡିଆନଙ୍କ ହେଲିକେପ୍ଟର୍ ଗସ୍ତ ଖର୍ଚ୍ଚର ତଦନ୍ତ ହେବ : ଆଇନ ମନ୍ତ୍ରୀ

mahabharatanews