ଓଡିଶା

 ଆସନ୍ତା ୨ ଦିନ ହାଲୁକାରୁ ବର୍ଷା ସମ୍ଭାବନା 

(ଭୁବନେଶ୍ୱର)  :  ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି । ମୌସୁମୀ ନିମ୍ନ ଚାପ ରେଖା ବାୟୁମଣ୍ଡଳରୁ ଯଥେଷ୍ଟ ଦୂରରେ ରହିଛି । ତେଣୁ ବର୍ତ୍ତମାନ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ ।  ଆଗାମୀ ୪ ରୁ ୫ ଦିନ ମଧ୍ୟରେ ବଡ ଧରଣର ବର୍ଷାର ସମ୍ଭାବନା ନଥିବାବେଳେ ଆସନ୍ତା ୨ ଦିନ ଅର୍ଥାତ ୧୧ ଓ ୧୨ ତାରିଖରେ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ ,  ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରଭାବ କମିବା ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୧ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୧୦ମିମି ତୁଳନାରେ ୯୯ ପ୍ରତିଶତ କମ ରହିଛି । ଏହି ସ୍ଥିତି ଆଗକୁ ଜାରିରହିବା ସହିତ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ବର୍ଷା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Related posts

ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା

mahabharatanews

ଲକଡାଉନ ଅବମାନନା: ୭ ଗିରଫ

mahabharatanews

ନେତାଜୀ ଟର୍ମିନାଲ ନିର୍ମାଣକୁ ହାଇକୋର୍ଟଙ୍କ ଝଟକା

mahabharatanews