ଓଡିଶା

ପୁଣି  ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

 (କେଉଁଝର) : ପୁଣି  ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ   କେନ୍ଦୁଝର ଜିଲ୍ଲା ବିଲେଇପଦା, କାଳିଆବେଡ଼ା ନିକଟରେ ମାଲବାନୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି । ତେବେ କାରଣ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, ଏକ ମାଲବାହୀନ ଟ୍ରେନ୍‌ ବାଂଶପାଣି ରେଳ ସାଇଡ଼ିଂରୁ ଆଇରନ୍ ଓର୍ ବୋଝେଇ କରି ଯାଉଥିଲା । ତେବେ ବିଲେଇପଦା କାଳିଆବେଡ଼ା ସାଇଡିଂ ନିକଟରେ ଟ୍ରେନ୍‌ଟି ଟ୍ରାକରୁ ଲାଇନଚ୍ୟୁତ ହୋଇ ଯାଇଥିଲା । ଯାହାଫଳରେ ରେଳ ଟ୍ରାକ କ୍ଷତିଗ୍ରସ୍ତ ହେବା ସହିତ ଇଞ୍ଜିନର ମଧ୍ୟ କ୍ଷତି ହୋଇଛି । ଇଞ୍ଜିନକୁ ପୁନଃ ଟ୍ରାକକୁ ଆଣିବା ପାଇଁ ରେଳବାଇ ପକ୍ଷରୁ ଉଦ୍ୟମ କରାଯାଉଛି ।

 

Related posts

୮ ମାସ ଧରି ମୁକୁଳା ପଡିଛି ଡ୍ରେନ୍, ଘଟି ଚାଲିଛି ଦୂର୍ଘଟଣା

mahabharatanews

ବର୍ଷର ପ୍ରଥମ ଦିନ ତୃପ୍ତି ବିତାଇଲା ଅବହେଳିତ ଆଦିବାସୀଙ୍କ ସହ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଦଳୀୟ ନେତା

mahabharatanews