ଓଡିଶା

ଗାଁରେ ପହଞ୍ଚିଲା ପାର୍ଥିବ ଶରୀର ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

(ଭୁବନେଶ୍ୱର) :  ସ୍ୱାଧୀନତା ଦିବସ ଆଉ ଦୁଇ ଦିନ ଥିବ ବେଳେ କାନ୍ଦୁଛି ସାରା ଗାଁ। ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ସେଠାରୁ ବିଶାଳ ଶୋଭାଯାତ୍ରରେ ତାଙ୍କ ଗାଁକୁ ନିଆଯାଇଥିଲା ।

ସୂଚନାନୁଯାୟୀ , ଝାଡଖଣ୍ତ ମାଓ ଆକ୍ରମଣରେ ସହିଦ ହୋଇଥିଲେ ଓଡ଼ିଆ ଯବାନ । ମାଓ ଏନକାଉଣ୍ଟର ବେଳେ ସହିଦ ହେଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ । ସେ ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର ୱାର୍ଡର ବାସିନ୍ଦା । Delhi Services Act: ଦିଲ୍ଲୀ ସେବା ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି କୁମ୍ବିଂ ଅପରେସନବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେହି ସମୟରେ ଦୁଇ ସିଆରପିଏଫ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ଦୁଇ ଆହତ ଯବାନଙ୍କୁ ତୁରନ୍ତ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହେଲେ ମେଡିକାଲରେ ପହଞ୍ଚିବା ମଧ୍ୟରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

Related posts

ଥାନାରେ ପଶି ପୁଲିସକୁ ଆକ୍ରମଣ

mahabharatanews

ଜଳିଗଲା ସାତ ବଖରା ; ସର୍ବହରା ୪ ପରିବାର

mahabharatanews

୪ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

mahabharatanews