ଭାରତ

କାର ଧକ୍କାରେ ଆଖି ବୁଜିଲା ବାଘୁଣୀ 

 (ମହାରାଷ୍ଟ୍ର)  : କାର ଧକ୍କାରେ ଆଖି ବୁଜିଲା ୨ ବର୍ଷୀୟ ବାଘୁଣୀ । ଗୁରୁବାର ରାତିରେ ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରେ ଏକ ଦ୍ରୁତଗାମୀ କାର୍‌ ଚଢ଼ିଯିବାରୁ ଆହତ ହୋଇଥିବା ଗୋଟାଏ ୨ ବର୍ଷୀୟ ବାଘୁଣୀ ପ୍ରାଣ ହରାଇଥିବା କଥା ବନ ବିଭାଗ ଅଧିକାରୀମାନେ କହିଛନ୍ତି। ପରେ ନାଗପୁରସ୍ଥିତ ବନ୍ୟ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ତା’ର ଶବ ବ୍ୟବଚ୍ଛେଦ କରାଯାଇଥିଲା।

 

ସୂଚନାନୁଯାୟୀ , ତେବେ ଉଦ୍ୟାନରେ ରହୁଥିବା ‘ଟି-୧୪’ ନାମକ ବାଘୁଣୀର ଛୁଆ ବୋଲି ଜଣାପଡ଼ିଛି ଘଟଣାଟି ଗୁରୁବାର ରାତି ପ୍ରାୟ ୧୦.୩୦ରେ ଘଟିଥିଲା। ମୁର୍ଦୋଲି ଅରଣ୍ୟାଞ୍ଚଳ ଦେଇ ଯାଇଥିବା ଗୋନ୍ଦିଆ-କୋହମାରା ରାଜପଥ ଅତିକ୍ରମ କରୁଥିବା ବାଘଛୁଆଟିକୁ ଦ୍ରୁତଗତିରେ ଚାଲୁଥିବା ଗୋଟାଏ ‘କ୍ରେଟା’ କାର୍‌ ଧକ୍କା ଦେଇ ଚଢ଼ିଯାଇଥିଲା।

 

 

 

Related posts

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଦିଲ୍ଲୀ

mahabharatanews

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

mahabharatanews

କୋର୍ଟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ

mahabharatanews