ଓଡିଶା

ଡେଙ୍ଗୁ ଆତଙ୍କ ; ଚାଲିଗଲା ଆଉ ଜଣଙ୍କ ଜୀବନ 

(ଭୁବନେଶ୍ୱର) : ରାଜ୍ୟରେ ଲଗାତାର ଭାବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ନିକଟରେ ପୁରୀ ଭୁବନେଶ୍ୱରକୁ ଟପିଯାଇଥିବା ବେଳେ ଦଶପଲ୍ଲା ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ମୃତକ ହେଲେ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାବାଡ଼ି ପଞ୍ଚାୟତ ଖଳିସାହି ଗ୍ରାମର ସଂଜୟ ନାଏକ(୨୯)।

ସୂଚନାନୁଯାୟୀ , ତାଙ୍କୁ ଗତ କିଛିଦିନ ତଳେ ଜ୍ବର ହୋଇଥିଲା। ଯାହାକୁ ନେଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ଦିନ ଚିକିତ୍ସା ପରେ ଜ୍ବର ନ କମିବାରୁ ତାଙ୍କ ଭିଣୋଇ କଟକ ନେଇଯାଇଥିଲେ। ସେଠାରେ ଯାଇ ପରୀକ୍ଷା କରିବା ପରେ ଗତ ୭ ତାରିଖ ଦିନ ଡେଙ୍ଗୁ ଚିହ୍ନଟ ହୋଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଛଣ ବୋଝେଇ ଗାଡି

mahabharatanews

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି

mahabharatanews

କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

mahabharatanews