ଓଡିଶା

ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

(ଟିଟିଲାଗଡ଼) : ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ  । ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ ହେଉଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହେଉଛି। ଏହାଫଳରେ ଜନଜୀବନ ପ୍ରଭାବିତ  ହୋଇଛି ।

ସୂଚନାନୁଯାୟୀ,  ଆଜି ଟିଟିଲାଗଡ଼ରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। ଜରୁରୀ ସେବାକୁ ବନ୍ଦରୁ ବାଦ ଦିଆଯାଇଛି। ଅଞ୍ଚଳର ୩୧ ବର୍ଷର ଏହି ଦାବିକୁ ସମର୍ଥନ ଜଣାଇ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନର ସଭ୍ୟ ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ପୁଲିସ ପକ୍ଷରୁ ଆଇନଶୃଙ୍ଖଳାକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Related posts

ବନ୍ଦ ରହିବ ନବଯୌବନ ଦର୍ଶର୍ନ, ପରିଚାଳନା କମିଟି ବୈଠକରେ ନିଷ୍ପତି

mahabharatanews

ରାଜ୍ୟରେ ସର୍ବାଧିକ ୧୮୩୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି, କାଳିଆ ହିତାଧିକାରୀ ପାଇବେ ୨ହଜାର ଟଙ୍କା

mahabharatanews