ଓଡିଶା

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

(ବାରିପଦା) : ଅଚାନକ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗରେ ଲାଗିଛି ନିଆଁ । ସାତ ମହାଲ ବିଶିଷ୍ଟ ମେଡିକାଲର ତୃତୀୟ ମହଲାରେ ନିଆଁ ଲାଗିଛି । ଏହା ପରେ ଏହି ମହଲାରେ ଥିବା ICU ଓ ଅନ୍ୟାନ୍ୟ ୱାର୍ଡରେ ଥିବା ସମସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବିଭାଗ ।  ତେବେ କାହାରି କିଛି କ୍ଷତି ହୋଇନଥିବା ସୁଚନା ମିଳିଛି ।

ସୂଚନାନୁଯାୟୀ ,  ନିଆଁ ଲିଭାଇବା ଉଦ୍ୟମ ଜାରି ରହିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ଆଜି( ଶୁକ୍ରବାର) ଅପରାହ୍ନରେ ତୃତୀୟ ମହଲାରେ ଥିବା ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗରେ ନିଆଁ ଲାଗି ଯାଇଥିଲା । ତୁରନ୍ତ ICU, ଓ ଅନ୍ୟାନ୍ୟ ୱାର୍ଡରେ ଥିବା ସମସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

Related posts

ଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର

mahabharatanews

ଉଦଳା ବ୍ଲକ ଶିକ୍ଷକଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

mahabharatanews

ରାଜଧାନୀରେ ଉପରମୁହାଁ ଡେଙ୍ଗୁ, ଆକ୍ରାନ୍ତ ସଂଖ୍ୟା ଟପିଲା ୨୦୦

mahabharatanews