ଓଡିଶା

ଅବ୍ୟକ୍ତ ଦୁଃଖ ; ପରଲୋକରେ ସହିଦ୍ ସୁଶାନ୍ତଙ୍କ ମା’ 

(ବରଗଡ଼) : ପୁଅକୁ ଝୁରି ଝୁରି ଆଖି ବୁଜିଲେ ମା । ପୁଅର ମୃତ୍ୟୁ ପରେ ଝୁରି ଝୁରି ପ୍ରାଣ ହରାଇଲେ ସହିଦ୍ ସୁଶାନ୍ତଙ୍କ ମା’ । ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଛି । କଟକ ବଡ଼ମେଡିକାଲରେ ଆଜି ସନ୍ଧ୍ୟାରେ ସୁନ୍ଦରୀ ଖୁଣ୍ଟିଆଙ୍କ ଦେହାନ୍ତ ହୋଇଛନ୍ତି ।

ସୂଚନାନୁଯାୟୀ , ସହିଦ୍ ପୁଅଙ୍କୁ ଝୁରିଝୁରି ମା ସୁନ୍ଦରୀ ଖୁଣ୍ଟିଆ ଆଜି ପୁର୍ବାହ୍ନରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ସୁଗାର ଓ ବ୍ଲଡ଼ପ୍ରେସର କମିଯିବାରୁ ସଂଜ୍ଞାହୀନ ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ମେଡିକାଲର ଆଇସିୟୁରେ ସେ ଚିକିତ୍ସିତ ହେଉଥିବା ସମୟରେ ସୁନ୍ଦରୀଙ୍କ ମୃତ୍ୟୁ ହୋଇଥିଲା ।

Related posts

ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ନିର୍ମାଣ ହେବ ହସ୍ପିଟାଲ 

mahabharatanews

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସୋନପୁରରେ ପୋଲିସର କଡା ଚେକିଂ

mahabharatanews

ବଜାରରେ ନାହିଁ ଆଳୁ: ପୁଣି ବଢ଼ିଲା ଦର

mahabharatanews