ଓଡିଶା

ବିମାନ ବନ୍ଦର ପ୍ରତିଷ୍ଠା ଦାବି: ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ ଆୟୋଜିତ 

(ବ୍ରହ୍ମପୁର) :  ପୁଣି ତେଜିଲା ବ୍ରହ୍ମପୁର ଠାରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ଦାବି । ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ଦାବି ଓ ଦକ୍ଷିଣ ଓଡ଼ିଶା ର ସର୍ବାଙ୍ଗୀନ ବିକାଶ ପାଇଁ ଆନୁକୁଲ୍ୟରେ ‘ତ୍ରିରଙ୍ଗା ଯାତ୍ରା’ ଅନୁଷ୍ଠିତ ହୋଇ ଯାଇଛି ।

ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ଜାତୀୟ ପତାକା ଧରି ‘ତ୍ରିରଙ୍ଗା ଯାତ୍ରା’ ରେ ଗାନ୍ଧୀ ନଗର ଛକ ଠାରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଙ୍କ ମୂର୍ତ୍ତୀ ପର୍ଯ୍ୟନ୍ତ ଯାଇ ମାଲ୍ୟାର୍ପଣ କରିଥିଲେ ଏବଂ ବ୍ରହ୍ମପୁର ଠାରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା, ଗଞ୍ଜାମ ଜିଲ୍ଲା ରେ ଦୃତ ଶିଳ୍ପାୟନ ଓ ଦକ୍ଷଣି ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ସ୍ଲୋଗାନ ଦେବାସହ ଜନ ଜାଗରଣ ନିମନ୍ତେ ପତ୍ରିକା ବିତରଣ କରିଥିଲେ । ଗତ ମାର୍ଚ୍ଚ 5 ତାରିଖରୁ ବ୍ରହ୍ମପୁର ରୁ ଭୁବନେଶ୍ଵରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ର ବିକାଶ କରିବା ପାଇଁ ଦୁଇ ଥର ଟେଣ୍ଡର ବାହାର କରି ସରକାର ବିଭିନ୍ନ ବାହାନା ଦେଖାଇ ବାତିଲ କରିଛନ୍ତି ।

Related posts

ଏତେ ସବୁ ପରେ ନିଜକୁ ନିର୍ଦ୍ଦୋଶ କହୁଛନ୍ତି ଆକାଶ

mahabharatanews

ପ୍ରସିଦ୍ଧ କଲା ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews

ହାତୀ ଉପଦ୍ରଵ : ଭାଙ୍ଗିଲେ ଘର ,ଫସଲ

mahabharatanews