ଓଡିଶା

୫ଟି ସଚିବଙ୍କ ଝାରସୁଗୁଡ଼ା ଗସ୍ତ

(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ତଥା ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ଝାରସୁଗୁଡ଼ା ଗସ୍ତରେ ଯାଇଥିଲେ । ପ୍ରଥମେ ମାଆ ରାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ସହ ମାଆଙ୍କ ଦର୍ଶନ କରିଥିଲେ ସଚିବ ଭି କେ ପାଣ୍ଡିଆନ । ମନ୍ଦିର ଉନ୍ନତିକରଣ ଓ ଆବଶ୍ୟକତା ନେଇ ମନ୍ଦିର ପୂଜକ, କର୍ମକର୍ତ୍ତାଙ୍କ ସହ ସଚିବ ଆଲୋଚନା କରିଛନ୍ତି ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5ଟି ସଚିବ ଝାରସୁଗୁଡ଼ା ଗସ୍ତ କରିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ସ୍ବାଗତ କରିଛନ୍ତି । ପଛପଟୁ ପିଟିଦେଲା କାର; ଦୁଇ କାଉଡ଼ିଆ ମୃତ, ୧୫ ଆହତ ତେବେ ମାଆ ରାମଚଣ୍ଡୀ ପୀଠରେ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ତଥା ମନ୍ଦିରର ଉନ୍ନତିକରଣ ତଥା ତୀର୍ଥଯାତ୍ରୀ / ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନେକ ଆଲୋଚନା ହୋଇଥିଲା । ମନ୍ଦିରର ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ସେମାନଙ୍କ ଅଭିଯୋଗ ସମ୍ପର୍କରେ ଜନସାଧାରଣଙ୍କ ସହ କଥାବାର୍ତ୍ତା କରିଥିଲେ । ସେ କହିଛନ୍ତି ଯେ ନାଗରିକଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି ଏବଂ ଦାଖଲ ହୋଇଥିବା ଆବେଦନଗୁଡିକର ଶୀଘ୍ର ସମାଧାନ କରିବାକୁ ନିଶ୍ଚିତ କରିଛନ୍ତି ।

 

Related posts

ସରିଲା ପୁଞ୍ଜିପତିଙ୍କ ସମ୍ମିଳନୀ

mahabharatanews

ସମାଜର ସୁରକ୍ଷା ନେଇ ବାଲୁକାକଳା ମାଧ୍ୟମରେ ବାର୍ତା

mahabharatanews

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

mahabharatanews