(ଭୁବନେଶ୍ୱର) : ୫ଟି ସଚିବଙ୍କ ବଡ଼ ଘୋଷଣା । ୫ -ଟି ରେ ସାମିଲ ହେଲା ଖୋର୍ଦ୍ଧାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ-୩ କଲେଜ । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ 5-ଟି ସଚିବ ଭି.କେ ପାଣ୍ଡିଆନ୍ ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ , ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସଫଳତାର ମନ୍ତ୍ର ଦେଇଛନ୍ତି ୫ -ଟି ସଚିବ ଭିକେ ପାଣ୍ଡିଆନ୍ । ୬ ମାସ ମଧ୍ୟରେ ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ, ଗାଲ୍ସ କମନରୁମ, ବଏଜ୍ କମନରୁମ ପରି ଉନ୍ନତିକରଣ କାର୍ଯ୍ୟ ଏହି କଲେଜ ଗୁଡିକରେ କରାଯିବ । କାମରେ ବିଳମ୍ବ କରାନଯାଇ ନିରବିଚ୍ଛିନ୍ନ ଭାବେ ସମସ୍ତ କାମ କରାଯିବ । କଲେଜ ଗୁଡିକରେ କାମ ଆରମ୍ଭ ହେବ । ଆଗରୁ ଶ୍ରେଣୀ ଗୃହର ଏକ ଫଟୋ ଏବଂ କାମ ସରିବା ପରେ ଆଉ ଏକ ଫଟୋ ଉଠାଇ ଶ୍ରେଣୀ ଗୃହର ଉନ୍ନତିକରଣ ର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ପିଲାଙ୍କୁ କହିଛନ୍ତି 5-ଟି ସଚିବ ।