ଭାରତ

ଚନ୍ଦ୍ରଯାନ-୩ ; ପଠାଇଲା ଚମତ୍କାର ଫଟୋ

(ଦିଲ୍ଲୀ)  : ସାମ୍ନାକୁ ଆସିଲା ‘ଏଲ୍‌ପିଡିସି’ କ୍ୟାମେରାଦ୍ବାରା ଚନ୍ଦ୍ରଯାନ-୩ ଉଠାଇଥିବା ଚନ୍ଦ୍ରର ଅପରପାର୍ଶ୍ବର କେତୋଟି ଚମତ୍କାର ଫଟୋ । ଯାହା ଆଜି ‘ଇସ୍ରୋ’ ସେୟାର୍‌ କରିଛି।

ସେୟାର୍‌ କରିଥିବା ଫଟୋ ସହିତ ‘ଏକ୍ସ୍‌’ କରି ‘ଇସ୍ରୋ’ ଲେଖିଛି: ଲ୍ୟାଣ୍ଡର୍‌ ହଜାର୍ଡ ଡିଟେକ୍‌ସନ୍‌ ଆଣ୍ଡ୍‌ ଆଭଏଡାନ୍‌ସ୍‌ କ୍ୟାମେରା’ଦ୍ବାରା ଉତ୍ତୋଳିତ ଚନ୍ଦ୍ରର ଅପରପାର୍ଶ୍ବର କେତୋଟି ଫଟୋ ଦେଖନ୍ତୁ। ‘ସାକ୍‌/ଇସ୍ରୋ’ଦ୍ବାରା ବିକଶିତ ଏହି କ୍ୟାମେରା ଅବତରଣ ସମୟରେ ଶିଳାଖଣ୍ଡ ଅଥବା ଗଭୀର ଖାତ ନ ଥିବା ଭଳି ନିରାପଦ ଅବତରଣ କ୍ଷେତ୍ର ଠାବ କରିବାରେ ଚନ୍ଦ୍ରଯାନ-୩କୁ ସାହାଯ୍ୟ କରିବ। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି।

Related posts

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସୁରକ୍ଷାବାହିନୀ

mahabharatanews

Union Budget 2024 : ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ ସରକାର

mahabharatanews

ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି : ସୁପ୍ରିମକୋର୍ଟଙ୍କ ରାୟ ପରେ ବିଦା ହେଲେ ସେବା ସଚିବ ଆଶିଷ ମୋରେ

mahabharatanews