(ଦିଲ୍ଲୀ) ; ଆଜି ସନ୍ଧ୍ୟାରେ ଇତିହାସ ରଚିବ ଭାରତ । ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ (ବୁଧବାର) ଚନ୍ଦ୍ରରେ ଅବତରଣ କରିବାକୁ ପ୍ରସ୍ତୁତ ରହିଛି । ଆଜି ର ସନ୍ଧ୍ୟା ୬ ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ତ କରିବ । ଅପରାହ୍ନ ୫ଟା ୪୬ରୁ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ୬ଟା ୪ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ ।
ସୂଚନାନୁଯାୟୀ , ଏଥିପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ଦେଶର ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରାଯାଉଛି । କିପରି ସଫଳତାର ସହ ବିକ୍ରମ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ସେନେଇ ଦେଶବାସୀ ଭଗବାନଙ୍କ ପାଖରେ କାମନା କରୁଛନ୍ତି । ମୁମ୍ବାଇ, ବାରାଣସୀ, ଭୋପାଳ ସବୁଠି ପୂଜାର୍ଚ୍ଚନା ଚାଲିଛି । ଲକ୍ଷ୍ନୌରେ ସମୂହ ନମାଜ ପାଠ କରାଯାଇଛି । ଜାତିଧର୍ମ ନିର୍ବିଶେଷରେ ସବୁଠି ଚନ୍ଦ୍ରୟାନର ସଫଳତା ପାଇଁ ପ୍ରାର୍ଥନା ଓ ଶୁଭକାମନା ବାର୍ତ୍ତା ଦେଉଛନ୍ତି ।