ଭାରତ

ରାହୁଲଙ୍କୁ ଲୋଡ଼ାନାହିଁ ସରକାରୀ ବଙ୍ଗଳା

(ଦିଲ୍ଲୀ) :  ମୋଦୀ ସରନେମ ମାମଲାରେ ରାହୁଲ ଗାନ୍ଧି ପୁଣି ଥର ନିଜ ଲୋକସଭା ସଦସ୍ୟତା ଫେରି ପାଇ ମଧ୍ୟ ଏଥର ସରକାରୀ ବଙ୍ଗଳା ନେବା ପାଇଁ ସେ ସିଧାସଳଖ ମନା କରିଦେଇଛନ୍ତି । ଗତ ୮ ତାରିଖରେ ତାଙ୍କୁ ୧୨ ତୁଗଲକ ଲେନରେ ଥିବା ବଙ୍ଗଳା ଆଲଟ୍ କରାଯାଇଥିଲା । ହେଲେ ସେ ଏହାକୁ ନେବେ ନାହିଁ ବୋଲି ଲୋକସଭା ହାଉସିଂ ସୋସାଇଟିକୁ ପତ୍ର ଲେଖି ଜଣାଇଛନ୍ତି ।

ସୂଚନାନୁଯାୟୀ , ମୋଦି ସରନେମ୍ ମାମଲାରେ ୨ ବର୍ଷ ଦଣ୍ତାଦେଶ ମିଳିବା ପରେ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ଚାଲିଯାଇଥିଲା । ଏହା ପରେ ସେ ରହୁଥିବା ଘରକୁ ମଧ୍ୟ ତାଙ୍କଠାରୁ ପ୍ରତ୍ୟାହାର କରି ନିଆଯାଇଥିଲା । ହେଲେ ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେ ସଦସ୍ୟତା ଫେରି ପାଇଥିଲେ ଏବଂ ତାଙ୍କୁ ପୁଣି ବଙ୍ଗଳା ଆଲଟ କରାଯାଇଥିଲା । ହେଲେ ଏବେ ରାହୁଲ ନିଜ ସରକାରୀ ଘରେ ରହିବେ ନାହିଁ ବୋଲି ଲୋକସଭା ହାଉସିଂ ସୋସାଇଟିକୁ ପତ୍ର ଲେଖି ଜଣାଇଛନ୍ତି ।

Related posts

ଅଗଷ୍ଟ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ

mahabharatanews

ଅତିକ ବ୍ରଦର୍ସ ହତ୍ୟାକାଣ୍ଡ ତଦନ୍ତକୁ ନେଇ ପିଟିସନ ଅପିଲ କରିଛନ୍ତି ଆଇନଜୀବୀ ବିଶାଲ

mahabharatanews

ହସ୍ପିଟାଲରେ ଭର୍ତ୍ତିହେଲେ ଆଇପିଏଲ୍‌’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ

mahabharatanews