ଓଡିଶା

ରାଜ୍ୟସରକାରଙ୍କ ପକ୍ଷରୁ କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର  `

(ଭୁବନେଶ୍ୱର) :  ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଡ଼ିଆ ଆଥଲେଟ୍‌ କିଶୋର ଜେନାଙ୍କୁ ମିଳିବ 25 ଲକ୍ଷ ଟଙ୍କା ପୁରସ୍କାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପଞ୍ଚମ ସ୍ଥାନରେ ରହିଛନ୍ତି ।

ସୂଚନାନୁଯାୟୀ , ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି । ନିଜର ୫ମ ପ୍ରୟାସରେ ୮୪.୭୭ ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏଥିସହ ସେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ୱାର୍ଲ୍ଡ ଆଥଲେଟକିକ୍ସ ଚାମ୍ପିଅନସିପରେ ସେ ପ୍ରଥମ କରି ଫାଇନାଲରେ ଭାଗ ନେଇଥିଲେ । ଓଡ଼ିଶାର କିଶୋର କୁମାର ଜେନା ଫାଇନାଲରେ ପ୍ରବେଶ କରି ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ।

 

Related posts

ରାଜ୍ୟରେ ଆଉ ୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଦେବସ୍ନାନ ପୂର୍ଣିମା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

mahabharatanews

ନବଯୌବନ ଦର୍ଶନ; ପାରମାଣିକ ଟିକେଟଧାରୀ କରିବେ ଦର୍ଶନ,ଜଣାନ୍ତୁ ଟିକେଟ ମୂଲ୍ୟ 

mahabharatanews